ଦୁଇଟି ପ୍ରକଳ୍ପ ସ୍ଥାପନ ପାଇଁ ଏନଏଚପିସି ଏବଂ ଗ୍ରିଡ୍‍କୋ ମଧ୍ୟରେ ବୁଝାମଣା 

Jun 24, 2023 - 08:06
Jun 25, 2023 - 08:06
 0  12
ଦୁଇଟି ପ୍ରକଳ୍ପ ସ୍ଥାପନ ପାଇଁ ଏନଏଚପିସି ଏବଂ ଗ୍ରିଡ୍‍କୋ ମଧ୍ୟରେ ବୁଝାମଣା 
ଦୁଇଟି ପ୍ରକଳ୍ପ ସ୍ଥାପନ ପାଇଁ ଏନଏଚପିସି ଏବଂ ଗ୍ରିଡ୍‍କୋ ମଧ୍ୟରେ ବୁଝାମଣା 

ଦୁଇଟି ପ୍ରକଳ୍ପ ସ୍ଥାପନ ପାଇଁ ଏନଏଚପିସି ଏବଂ ଗ୍ରିଡ୍‍କୋ ମଧ୍ୟରେ ବୁଝାମଣା 
ରାଜ୍ୟରେ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଓ ଅକ୍ଷୟ ଶକ୍ତିର ବିକାଶ ପାଇଁ ଏନଏଚପିସି (ଜାତୀୟ ଜଳ ବିଦ୍ୟୁତ ନିଗମ) ଏବଂ ଓଡିଶା ସରକାରଙ୍କ ଗ୍ରିଡକୋ ମଧ୍ୟ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଅନୁଯାୟୀ ରାଜ୍ୟରେ ୨ ହଜାର ମେଗାୱାଟର ସ୍ୱୟଂ ଚିହ୍ନିତ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ୧ ହଜାର ମେଗାୱାଟର ଅକ୍ଷୟ ଶକ୍ତି ପ୍ରକଳ୍ପ (ଭୂମି ଉପରେ ସୌର ପ୍ରକଳ୍ପ/ ଭାସମାନ ସୌର ପ୍ରକଳ୍ପ) ସ୍ଥାପନ କରାଯିବ । ଏହି ବୁଝାମଣାପତ୍ର ଏନଏଚପିସିର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶକ (ରଣନୀତିକ ବ୍ୟବସାୟ ବିକାଶ ଏବଂ ପରାମର୍ଶ) ରଜତ ଗୁପ୍ତା ଏବଂ ଗ୍ରିଡ୍‍କୋର ପରିଚାଳନା ନିର୍ଦ୍ଦେଶକ ତ୍ରିଲୋଚନ ପଣ୍ଡାଙ୍କ ଦ୍ୱାରା ଜୁନ ୨୩ରେ ସ୍ୱାକ୍ଷରିତ ହୋଇଥିଲା । ଏହି ଅବସରରେ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗ୍ରିଡ୍‍କୋର ଅଧ୍ୟକ୍ଷ ନିକୁଞ୍ଜ ବିହାରୀ ଧଳ, ଏନଏଚପିସି ଲିମିଟେଡର ନିର୍ଦ୍ଦେଶକ (ପ୍ରକଳ୍ପ) ବିଶ୍ୱଜିତ ବସୁ ଏବଂ ଉଭୟ ସଂସ୍ଥାର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

What's Your Reaction?

like

dislike

love

funny

angry

sad

wow