ହରିୟାନା ହିଂସା : ଇଣ୍ଟରନେଟ୍‌ ଓ ଏସ୍‌ଏମ୍‌ଏସ୍‌ ସେବା ବନ୍ଦ

Aug 3, 2023 - 17:27
 0  3
ହରିୟାନା ହିଂସା : ଇଣ୍ଟରନେଟ୍‌ ଓ ଏସ୍‌ଏମ୍‌ଏସ୍‌  ସେବା ବନ୍ଦ

ଦିଲ୍ଲୀ ସଂଲଗ୍ନ ହରିୟାଣାରେ ସାମ୍ପ୍ରଦାୟିକ ହିଂସାରେ ୬ ଜଣଙ୍କ ମୃତ୍ୟୁ ଘଟିବା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ସୁପ୍ରିମକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଅଗଷ୍ଟ ୫ ଯାଏଁ ଇଣ୍ଟରନେଟ୍ ଓ SMS ସେବା ସ୍ଥଗିତ  ହରିୟାଣା ଗୋଷ୍ଠୀ ସଙ୍ଘର୍ଷ ଧିରେ ଧିରେ ଭୟଙ୍କର ରୂପ ନେଉଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ସ୍ଥଗିତ ଅବଧିକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର। ହରିୟାଣାର ନୁହ, ଫରିଦାବାଦ, ପଲବଲ, ସୋହନା, ଗୁରୁଗ୍ରାମରେ ଦଙ୍ଗାରୁ ରୋକିବା ପାଇଁ ଅଗଷ୍ଟ ୫ ତାରିଖ ରାତି ୧୧.୫୯ ମିନିଟ୍ ପର୍ଯ୍ୟନ୍ତ ଇଣ୍ଟନରନେଟ୍ ସେବା ବନ୍ଦ ରହିବ । ଅପରପକ୍ଷରେ ହରିୟାଣା ହିଂସା ପଛରେ ସୋସିଆଲ ମିଡିଆର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ସାମାଜିକ ଗଣମାଧ୍ୟମରେ ଉତ୍ତେଜିତ କଲା ଭଳି ପୋଷ୍ଟ ସେୟାର ଦ୍ବାରା ହିଂସା ଆହୁରି ଜୋର ଧରିଥିଲା । ଲୋକେ ଉତ୍ତେଜିତ ହୋଇ ହିଂସାରେ ସାମିଲ ହୋଇଥିଲେ । ଏଭଳି ବୟାନ ଦେଇଛନ୍ତି ହରିୟାଣା ଗୃହମନ୍ତ୍ରୀ ଅନୀଲ ବିଜ୍ । ଏଥିପାଇଁ ଏକ ତିନି ଜଣିଆ କମିଟି ଗଠନ ହୋଇଛି । ସୋସିଆଲ ମିଡିଆରେ ୨୧ ଜୁଲାଇରୁ ୩୧ ଜୁଲାଇ ମଧ୍ୟରେ ହିଂସାକାଣ୍ଡକୁ ନେଇ ହୋଇଥିବା ପୋଷ୍ଟକୁ ସମୀକ୍ଷା କରାଯିବ । ଯେଉଁମାନେ ଏଭଳି ପୋଷ୍ଟ କରିଥିବେ ସେମାନଙ୍କୁ ଉଚିତ ଦଣ୍ଡ ଦିଆଯିବ । ଏଥିସହ ଲୋକଙ୍କୁ ଏଭଳି ପୋଷ୍ଟ ସୋସିଆଲ ମିଡିଆରେ ସେୟାର ନକରିବାକୁ ପରାମର୍ଶ ଦେଇଛନ୍ତି ଗୃହମନ୍ତ୍ରୀ ଅନିଲ ବିଜ୍ ।

ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ସୁରକ୍ଷା ବଳ ମୁତୟନ ଏବଂ ଘୃଣା ମନ୍ତବ୍ୟ ଉପରେ ଲଗାମ ଲଗାଇବାକୁ ଶୀର୍ଷ ଅଦାଲତ ନିର୍ଦ୍ଦେଶ ଦେଇଥିବାବେଳେ ବିଶ୍ୱହିନ୍ଦୁ ପରିଷଦ (ଭିଏଚ୍‌ପି) ଏବଂ ବଜରଙ୍ଗ ଦଳ ପକ୍ଷରୁ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ କରାଯାଉଥିବା ଶୋଭାଯାତ୍ରାକୁ କରିବାକୁ କୋର୍ଟ ମନା କରିଛନ୍ତି। ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଏବଂ ଏସ୍‌.ଭି. ଭଟ୍ଟିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଘୃଣା ମନ୍ତବ୍ୟ ବାତାବରଣକୁ ଅଧିକ ଖରାପ କରୁଛି। ତେଣୁ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ସିସିଟିଭି କ୍ୟାମେରା ସଂଲଗ୍ନ କରାଯାଉ। ସିସିଟିଭି ଫୁଟେଜ୍‌ ଓ ଭିଡିଓ ରେକର୍ଡିଂକୁ ସୁରକ୍ଷିତ ରଖାଯିବ। କୌଣସି ସମ୍ପ୍ରଦାୟ ବିରୋଧରେ ଯେପରି ଘୃଣା ମନ୍ତବ୍ୟ ଦିଆ ନ ଯିବ ତାହା ପୋଲିସ ଅଧିକାରୀଙ୍କ ସମେତ ରାଜ୍ୟ ସରକାରମାନେ ସୁନିଶ୍ଚିତ କରିବେ। ସେହିପରି ହିଂସା ଓ ଧନଜୀବନ ହାନି ରୋକିବା ମଧ୍ୟ ସେମାନଙ୍କ କର୍ତ୍ତବ୍ୟ। ଯେଉଁଠି ଆବଶ୍ୟକ ପର୍ଯ୍ୟାପ୍ତ ପୋଲିସ ଅଧିକାରୀ କିମ୍ବା ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ ମୁତୟନ କରାଯିବ। ଉତ୍ତର ପ୍ରଦେଶ, ହରିୟାଣା ଓ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଟି) ଦିଲ୍ଲୀ ସରକାରଙ୍କୁ ଏହି ନିର୍ଦ୍ଦେଶନାମା ସମ୍ପର୍କରେ ଅବଗତ କରାଇବା ପାଇଁ ରେଜେଷ୍ଟ୍ରିଙ୍କୁ କୁହାଯାଇଛି। ଆସନ୍ତା ଶୁକ୍ରବାର ଏହାର ପରବର୍ତ୍ତୀ ଶୁଣାଣି କରାଯିବ।

ସୋମବାର ଦିନ ଅର୍ଥାତ୍ ଜୁଲାଇ ୩୧ ତାରିଖରୁ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ନୁହରେ ହେଉଥିବା ଶୋଭାଯାତ୍ରାକୁ ଅଟକାଇବାକୁ ଚେଷ୍ଟା କରାଯାଇଥିଲା ଯାହା ପରେ ଦୁଇ ସଂପ୍ରଦାୟର ଲୋକ ମୁହାଁମୁହିଁ ହୋଇଥିଲେ । ଦଙ୍ଗାକାରୀ ପଥର ମାଡ଼ କରିବା ସହ କାର୍ ପୋଡ଼ି ଦେଇଥିଲେ । ସେହିପରି ଏହି ମାମଲରେ ୧୧୬ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ଯେଉଁଥିରେ ଦୁଇ ପୋଲିସ କର୍ମଚାରୀ ରହିଛନ୍ତି । ମୃତ ଦୁଇ ପୋଲିସଙ୍କ ପରିବାରକୁ ହରିୟାଣା ସରକାର ୫୭ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ସୂଚନାଥାଉ ଯେ, ନୁହରେ ଘଟିଥିବା ଏହି ହିଂସାର ତଦନ୍ତ ଏସଆଇଟି କରିବା ସହ ଏବଂ ହିଂସାକୁ ଯାଞ୍ଚ କରାଯାଉଛି। ଏପରି ସ୍ଥିତିକୁ ନଜରରେ ରଖି ସୋମବାର ଅପରାହ୍ନ ୪ଟାରୁ ନୁହ ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ଏବଂ ଏସଏସଏସ୍ ସେବାକୁ ସ୍ଥଗିତ ରଖିବା ପାଇଁ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.