ଖୋଲିଲା ଭୁବନେଶ୍ବର ମାର୍କେଟ୍ ବିଲ୍ଡିଂ, ଖୋଲିଲାନି ଶୋ ରୁମ୍

Aug 3, 2023 - 17:02
 0  6
ଖୋଲିଲା ଭୁବନେଶ୍ବର ମାର୍କେଟ୍ ବିଲ୍ଡିଂ, ଖୋଲିଲାନି ଶୋ ରୁମ୍

ପୁଣି ବଢିବ ଗହଳି । ଲାଗିବ ଗ୍ରାହକଙ୍କ ଭିଡ଼ । ଆଜି ଠାରୁ ଖୋଲିଛି ଭୁବନେଶ୍ୱର ୟୁନିଟ୍ 2 ମାର୍କେଟ୍ । କିନ୍ତୁ ମାର୍କେଟ୍ ବିଲ୍ଡିଂ ଭିତରେ ଥିବା ଶୋ ରୁମ୍ ଖୋଲିନାହିଁ । କେବଳ ରିଟେଲ୍ ଦୋକାନ ଖୋଲିଛି । ବିଏମସି ପକ୍ଷରୁ କୌଣସି ପ୍ରତିଶ୍ରୁତି ମିଳି ନାହିଁ । ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ ଓ ବିଏମସି ମଧ୍ୟରେ ଆଲୋଚନା ଜାରି ରହିଛି । କ'ଣ ପାଇଁ ଶୋ' ରୁମ୍‌ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ । ଏନେଇ ବିଏମ୍‌ସି ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନଥିବା ସୂଚନା ମିଳିଛି ।  ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିକୁ ନେଇ ସ୍ଥାୟୀ ଦୋକାନୀ ବଜାର ବନ୍ଦ ରଖିଥିଲେ । ଉଠା ଦୋକାନୀ ସମ୍ପୂର୍ଣ୍ଣ ହଟିବା ପରେ ଯାଇ ବଜାର ଖୋଲିବା ନେଇ ଜିଦ୍ ଧରିଥିଲେ ସ୍ଥାୟୀ ବ୍ୟବସାୟୀ ସଂଘ । ତେଣୁ ଗତ 17 ତାରିଖରୁ ୟୁନିଟ୍ 2 ମାର୍କେଟ୍ ବନ୍ଦ ରହିଥିଲା ।


ମାର୍କେଟ ବିଲ୍‌ଡିଂ ଭିତରେ ଉଠାଦୋକାନୀଙ୍କୁ ନ ବସାଇବା ପାଇଁ ବିଏମ୍‌ସି ଓ ପୁଲିସ ପ୍ରତିଶ୍ରୁତି ଦେବା ପରେ ସ୍ଥାୟୀ ବ୍ୟବସାୟୀମାନେ ଦୋକାନ ଖୋଲିବାକୁ ରାଜି ହୋଇଛନ୍ତି। କମିସନରେଟ୍‌ ପୁଲିସ, ମାର୍କେଟ୍‌ ବିଲ୍‌ଡିଂ ବ୍ୟବସାୟୀ ସଂଘ ଓ ବିଏମ୍‌ସିର ୨ଘଣ୍ଟିଆ ମାରାଥାନ୍‌ ବୈଠକ ପରେ ଉଠାଦୋକାନୀଙ୍କୁ ଭିତରେ ନ ବସାଇବାକୁ ବିଏମ୍‌ସି ଲିଖିତ ପ୍ରତିଶ୍ରୁତି ଦେଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଏଠାରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୁଲିସର ଏକ ଟିମ୍‌ ଉପସ୍ଥିତ ରହିବେ। ଉଠାଦୋକାନୀ ପୁଣି ବସିଲେ, ସଙ୍ଗେସଙ୍ଗେ ସେମାନଙ୍କୁ ଉଠାଇ ଦିଆଯିବ। ଉଠାଦୋକାନୀ ଆଉ ଥରେ ବସିଲେ, ବ୍ୟବସାୟୀ ସଂଘ ପୁଣି ବଜାର ବନ୍ଦ ରଖିବ ବୋଲି ଚେତାବନୀ ଦେଇଛି।

ସୂଚନାନୁଯାୟୀ, ଗତ ଜୁଲାଇ ୩୧ ତାରିଖ ଦିନ ମାର୍କେଟ୍‌ ବିଲ୍‌ଡିଂରେ ଉଠା ଦୋକାନୀ ଓ ସ୍ଥାୟୀ ବ୍ୟବସାୟୀମାନଙ୍କ ଭିତରେ ତୁମୁଳକାଣ୍ଡ ହୋଇଥିଲା। ଉଠାଦୋକାନୀମାନଙ୍କୁ ସ୍ଥାୟୀଦୋକାନୀମାନେ ଉଠାଇବାକୁ ଉଦ୍ୟମ କରିବାରୁ ଗୋଷ୍ଠୀ ସଂଘର୍ଷ ହୋଇଥିଲା। ‘ପୁଲିସ କିମ୍ବା ବିଏମ୍‌ସି ଉଠାଇବ, କିନ୍ତୁ ତୁମେ କିଏ’ କହି ଉଠାଦୋକାନୀମାନେ ରକ୍ତମୁଖା ହୋଇଥିଲେ। ସ୍ଥାୟୀ ବ୍ୟବସାୟୀଙ୍କୁ ସେମାନେ ପିଟିଥିଲେ। ଫଳରେ ସେଠାରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

କିନ୍ତୁ ସ୍ଥାୟୀ ବ୍ୟବସାୟୀମାନେ ଉଠାଦୋକାନୀଙ୍କୁ ପରିସର ମଧ୍ୟରେ ନବସାଇବା ଓ ସଂପୂର୍ଣ୍ଣ ଭାବେ ଉଠାଦୋକାନୀଙ୍କୁ ଉଠାଇବା ଜିଦ୍‌ରେ ମାର୍କେଟ ବନ୍ଦ ରଖିଥିଲେ। ଗତକାଲି ବିଏମ୍‌ସି ବ୍ୟବସାୟୀମାନଙ୍କ ମଧ୍ୟରେ ଲାଗିଥିବା ବିବାଦକୁ ସମାଧାନ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ କିଛି ଫଳ ମିଳିନଥିଲା। ଆଜି ପୁଣି ବ୍ୟବସାୟୀ ସଂଘ ଓ କ୍ୟାପିଟାଲ ଥାନା ପୁଲିସକୁ ଡାକି ବିଏମ୍‌ସି ଆଲୋଚନା କରିଥିଲା। ସଂଘକୁ ପ୍ରତିଶ୍ରୁତି ମିଳିବା ପରେ ଦୀର୍ଘ ୭୨ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିବା ପରେ ଆଜି ମାର୍କେଟ୍‌ ବିଲ୍‌ଡିଂ ଖୋଲିଛି।

ଆଜି ସଂଧ୍ୟାରେ ପୁଲିସ ଓ ବିଏମ୍‌ସିର ଗୋଟିଏ ଟିମ୍‌ ସେଠାରେ ପଇଁତରା ମାରିବା ସହ କଡ଼ା ନଜର ରଖିଛନ୍ତି। ତେଣୁ ଜଣେ ହେଲେ ଉଠାଦୋକାନୀ ଭିତରେ ବସିବା ପାଇଁ ସୁଯୋଗ ପାଇନାହାନ୍ତି। ଅନ୍ୟପଟେ ପ୍ରାୟ ୨୦୦ରୁ ଅଧିକ ଉଠାଦୋକାନୀ କେତେକ ଲୋକପ୍ରତିନିଧିଙ୍କ ସହ ଗୁପ୍ତ ବୈଠକ କରିଛନ୍ତି। ଥଇଥାନ ଦାବି କରି ଆସନ୍ତାକାଲି ବିଏମ୍‌ସି କର୍ତ୍ତୃପକ୍ଷଙ୍କରୁ ଭେଟିବାକୁ ଯୋଜନା କରିଛନ୍ତି। ଅନ୍ୟପଟେ ଦୀର୍ଘ ୭୨ଘଣ୍ଟା ପରେ ମାର୍କେଟ ବିଲ୍‌ଡିଂ ଖୋଲିବା ପରେ ଭିଡ଼ ଜମିଛି। ଆଗକୁ ରାଖୀ ଓ ଗଣେଷ ପୂଜା ଥିବାରୁ ଲୋକମାନେ କିଣାକିଣି ପାଇଁ ପହଞ୍ଚିଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.