ମୋ ସ୍କୁଲ ନାମ ବ୍ୟବହାର କରି ଠକେଇ ଅଭିଯୋଗ
ମୋ ସ୍କୁଲ ନାମ ବ୍ୟବହାର କରି ଠକେଇ ଅଭିଯୋଗ
ମୋ ସ୍କୁଲ ଅଭିଯାନର ନକଲି ୱେବସାଇଟ ପ୍ରସ୍ତୁତ କରି ସାଇବର ଲୁଟେରାମାନେ ଆଶାୟୀମାନଙ୍କୁ ଠକୁଛନ୍ତି । ଏ ସମ୍ପର୍କରେ ଗଣଶିକ୍ଷା ବିଭାଗ ସଚିବ ଅଶ୍ଵଥି ଏସ ପୁଲିସ୍ କମିଶନରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଏହି ନକଲି ୱେବସାଇଟରେ ଡାଟା ଏଣ୍ଟ୍ରି ଅପରେଟର, ପିଅନ, ଅଫିସ ଆସିଷ୍ଟାଣ୍ଟ ଭଳି ପଦବୀ ପାଇଁ ଵିଜ୍ଞାପନ ଦେଇ ସାଇବର ଠକମାନେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି । ଏହି ନକଲି ୱେବସାଇଟର ନାମ “ମୋ ସ୍କୁଲ.ଅନଲାଇନ” ରହିଛି । ମୋ ସ୍କୁଲ ୱେବସାଇଟ “ମୋ ସ୍କୁଲ.ଇନ୍”ର ସମସ୍ତ ତଥ୍ୟକୁ କପି କରି ଏହି ନକଲି ୱେବସାଇଟରେ ସମସ୍ତ ତଥ୍ୟ ଅପଲୋଡ଼ କରି ଠକୁଛନ୍ତି ।
What's Your Reaction?