ତୀବ୍ର ଗତିରେ ହ୍ରାସ ପାଇବାରେ ଲାଗିଛି ଅଶୋଧିତ ତେଲ ଦର

Jul 3, 2023 - 14:52
 0  5
ତୀବ୍ର ଗତିରେ ହ୍ରାସ ପାଇବାରେ ଲାଗିଛି ଅଶୋଧିତ ତେଲ ଦର

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୧୭୦ ଡଲାର ତଳକୁ ହ୍ରାସ ଘଟିଛି। ଚାହିଦାରେ ହାସ ଏବଂ ଚାଇନାର ଅର୍ଥନୀତି ମନ୍ଥର ରହିବା ଯୋଗୁ ତୈଳ ମୂଲ୍ୟରେ ହ୍ରାସ ଘଟୁଛି। ଭବିଷ୍ୟତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ଦ୍ବାରା ସୁଧହାରରେ ବୃଦ୍ଧି ଆଶଙ୍କା କରି କିଛି ନିବେଶକ ପ୍ରଚୁର ମାତ୍ରାରେ ତୈଳ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିବାରୁ ଗୁରୁବାର ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇଛି। ସୁଧ ହାର ବୃଦ୍ଧି ହେଲେ ଏହା ଅର୍ଥନୀତିକୁ ମନ୍ଥର କରିପାରେ ଏବଂ ସାରା ବିଶ୍ୱରେ ଲୋକମାନେ କମ୍ ଇନ୍ଧନ ବ୍ୟବହାର କରିପାରନ୍ତି ବୋଲି ନିବେଶକ ଆଶଙ୍କା ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ପରିସ୍ଥିତିରେ ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ତୀବ୍ର ଗତିରେ ହ୍ରାସ ପାଇବାରେ ଲାଗିଥିଲେ ସୁଦ୍ଧା ଘରୋଇ ବଜାରରେ ପେଟ୍ରୋଲ ଏବଂ ଡିଜେଲ ଦର କମିବାର ନାମ ଧରୁନାହିଁ। ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଗୋଟିଏ ସ୍ଥାନରେ ହିଁ ଅଟକି ରହିଛି। ସ୍ବୟଂକ୍ରିୟ ଦର ନିର୍ଦ୍ଧାରଣ ବ୍ୟବସ୍ଥାରେ ଦେଶରେ ଦୈନିକ ତେଲ ଦର ପରିବର୍ତ୍ତନ କରାଯାଉନାହିଁ। ବର୍ତ୍ତମାନ ବଜାରରେ ବ୍ରେଣ୍ଟ କ୍ରୁ୍ଡ୍‌‌ ମୂଲ୍ୟ ବ୍ୟାରେଲ ପିଛା ୦.୫% ହ୍ରାସ ହୋଇ ୭୩.୬୩ ଡଲାରରେ ପହଞ୍ଚିଛି। ତେବେ ୱେଷ୍ଟ ଟେକ୍ସାସ ଇଣ୍ଟର ମିଡିଏଟ୍‌ (ଡବ୍ଲ୍ୟୁଟିଆଇ) ମଲ୍ୟରେ ମଧ୍ୟ ବ୍ୟାରେଲ ପିଛା ୦.୫% ହ୍ରାସ ଘଟି ୬୯.୨୪ ଡଲାରରେ ପହଞ୍ଚିଛି। ସାଉଦି ଆରବ କହିଛି ତୈଳ ଉତ୍ପାଦନରେ ହ୍ରାସ ଘଟାଇବା ନେଇ ସୂଚନା ଦେଇଛି। ବିଶ୍ବ ବଜାରରେ ତୈଳ ଦର ହ୍ରାସର ଲାଭ ସାଧାରଣ ଖାଉଟିଙ୍କୁ ମିଳୁନାହିଁ।

ଅପରପକ୍ଷେ ସରକାରୀ ତେଲ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲରେ ଲାଭ କମାଇବାରେ ବ୍ୟସ୍ତ। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ଗତ ବର୍ଷ ପେଟ୍ରୋଲ ଏବଂ ଡିଜେଲ ବିକ୍ରି କ୍ଷେତ୍ରରେ ହୋଇଥିବା କ୍ଷତିପୂରଣ ହୋଇସାରିଲାଣି। ରାଷ୍ଟ୍ରାୟତ୍ତ ଭାରତୀୟ ତୈଳ ନିଗମ, ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ ଗତ ବର୍ଷ ଠାରୁ ଦୈନିକ ତୈଳ ମୂଲ୍ୟ ସଂଶୋଧନ ବ୍ୟବସ୍ଥାକୁ ସାମୟିକ ଭାବେ ବନ୍ଦ କରି ଦେଇଛନ୍ତି। ସେମାନେ ମୂଲ୍ୟ ଅନୁଯାୟୀ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏ ଯାଏ ସଂଶୋଧନ କରିନାହାଁନ୍ତି। ଶେଷ ଥର ପାଇଁ ୨୦୨୨ ଏପ୍ରିଲରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ସଂଶୋଧନ କରାଯାଇଥିଲା। ଅପରପକ୍ଷେ ଦୀର୍ଘ ୧୪ ମାସ ହେବ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବଦଳିନାହିଁ। ବର୍ତ୍ତମାନ ଦେଶରେ ପେଟ୍ରୋଲ ଲିଟର ପିଛା ୧୦୩ ଟଙ୍କା ୩୭ ପଇସା ଏବଂ ଡିଜେଲ ୯୪ ଟଙ୍କା ୩୬ ପଇସାରେ ସ୍ଥିର ରହିଛି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.