ମେ ୯ରେ ବାତ୍ୟା ଆଶଙ୍କା, ସ୍ପଷ୍ଟ ହୋଇନାହିଁ ଗତିପଥ

ମେ ୯ ବେଳକୁ ଆସିପାରେ ବାତ୍ୟା । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

Jun 5, 2023 - 06:45
 0  336
ମେ ୯ରେ ବାତ୍ୟା ଆଶଙ୍କା, ସ୍ପଷ୍ଟ ହୋଇନାହିଁ ଗତିପଥ

ମେ ୯ ବେଳକୁ ଆସିପାରେ ବାତ୍ୟା । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମେ ୬ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହି ଘୂର୍ଣ୍ଣିବଳୟ ମେ ୭ ବେଳକୁ ଲଘୁଚାପର ରୂପ ନେଇ ମେ ୮ ବେଳକୁ ଅବପାତରେ ପରିଣତ ହୋଇପାରେ । ମେ ୯ ତାରିଖରେ ବାତ୍ୟା ହୋଇପାରେ । ବାତ୍ୟା ପ୍ରଭାବରେ ମେ ୭ରୁ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ । ତେଣୁ ମେ ୭ରୁ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସମୁଦ୍ର ଭିତରେ ବାତ୍ୟା ନେଇ ପାରିପାର୍ଶ୍ୱିକ ସ୍ଥିତି ଅନୁକୂଳ ରହିଛି । ତେବେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହାର ଗତିପଥ ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow