ରାଜ୍ୟ ଶ୍ରମ ସଂସ୍ଥାନରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ତିନିଦିନିଆ ତାଲିମ କାର୍ଯ୍ୟକ୍ରମ

Sep 13, 2023 - 17:39
 0  7
ରାଜ୍ୟ ଶ୍ରମ ସଂସ୍ଥାନରେ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟର ତିନିଦିନିଆ ତାଲିମ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୩/୦୯/୨୦୨୩: କାରଖାନା ଆଇନ ଅନ୍ତର୍ଗତ କ୍ଷମତାପୂର୍ଣ୍ଣ ବ୍ୟକ୍ତିଙ୍କ କର୍ତ୍ତବ୍ୟ ଏବଂ ଦାୟିତ୍ୱ ଉପରେ ଏକ ତିନିଦିନିଆ ତାଲିମ
କାର୍ଯ୍ୟକ୍ରମ ତା. ୧୧/୦୯/୨୦୨୩ରୁ ୧୩/୦୯/୨୦୨୩ରିଖ ପର୍ଯ୍ୟନ୍ତ ରାଜ୍ୟ ଶ୍ରମ ସଂସ୍ଥାନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଆର. ସନ୍ଥ ଗୋପାଳନ ଉଦ୍‌ଘାଟନ କରି ଦକ୍ଷ ବ୍ୟକ୍ତିମାନଙ୍କୁ ଉଦବୋଧନ ଦେଇ ଥିଲେ।

ଆଜି ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି କାରଖାନା ଏବଂ ବାଷ୍ପୀତ୍ର ନିର୍ଦ୍ଦେଶକ ଏନ୍‌. ତିରୁମାଳା ନାୟକ ଯୋଗଦାନ କରି ସ୍ୱୀକୃତିପ୍ରାପ୍ତ ଦକ୍ଷ ବ୍ୟକ୍ତି ମାନଙ୍କ ଯନ୍ତ୍ରାଂଶ ପରୀକ୍ଷା ପଦ୍ଧତି ଦକ୍ଷତା ବୃଦ୍ଧି ସହିତ କର୍ତ୍ତବ୍ୟ ପରାୟଣତା ଏବଂ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ହେବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟତମ ଅତିଥିଭାବେ ରାଜ୍ୟ ଶ୍ରମ ସଂସ୍ଥାନର ନିର୍ଦ୍ଦେଶକ ତ ଥା ଶମ୍ର ବିଭାଗ ଅତିରିକ୍ତ ଶାସନ ସଚିବ ଶ୍ରୀଯୁକ୍ତ ନୀତି ରଂଜନ ସେନ୍‌ ଏବଂ ରାଜ୍ୟ କାରଖାନା ଏବଂ ବାଷ୍ପୀତ୍ର ଉପ ନିର୍ଦ୍ଦେଶକ ସୁରକ୍ଷା ମଳୟ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ୧୫୦ ଜଣ ସ୍ୱୀକୃତିପ୍ରାପ୍ତ ଦକ୍ଷ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ। ଏହିପରି କାର୍ଯ୍ୟକ୍ରମ ଅତ୍ୟନ୍ତ ଉପାଦେୟ ବୋଲି ମତ ପ୍ରକାଶ ହେବା ସହିତ ବାରମ୍ବାର ଏହିପରି କାର୍ଯ୍ୟକ୍ରମମାନ ସଂଗଠିତ କରିବାକୁ ଅନୁରୋଧ କରାଯାଇଥିଲା। 

What's Your Reaction?

like

dislike

love

funny

angry

sad

wow