ଶିକ୍ଷାର ବିକାଶ ହିଁ ସମାଜରେ ପରିବର୍ତ୍ତନ ଆଣିବ: ଚୌଦ୍ବାର କଲେଜ ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତି ଉନ୍ମୋଚିତ

Aug 25, 2023 - 16:37
 0  10
ଶିକ୍ଷାର ବିକାଶ ହିଁ ସମାଜରେ ପରିବର୍ତ୍ତନ ଆଣିବ: ଚୌଦ୍ବାର କଲେଜ ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତି ଉନ୍ମୋଚିତ

ଚୌଦ୍ବାର: ଶିକ୍ଷା ହେଉଛି ବିକାଶର ଚାବିକାଠି । ଶିକ୍ଷାର ବିକାଶରେ ସମାଜରେ ପରିବର୍ତନ ଆସିପାରିବ । ତେଣୁ ସରକାର ସବୁ ସମୟରେ ଶିକ୍ଷାର ବିକାଶକୁ ପ୍ରାଥମିକତା ଦେଇଛନ୍ତି । ଭିଭିଭୂମିଠାରୁ ଆରମ୍ଭ କରି ଟେକ୍ନୋଲୋଳି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଅନେକ ପଦକ୍ଷେପ ନିଆଯାଉଛି ବୋଲି ଉଚ୍ଚଶିକ୍ଷା, ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ।

ଚୌଦ୍ବାର ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ସମାରୋହରେ ମୁଖ୍ୟଅତିଥୁ ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ନାୟକ ଏହି କଲେଜର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ବୋଲି କହିଥିଲେ । ମହାବିଦ୍ୟାଳୟର ଭିତ୍ତିଭୂମି ବିକାଶରେ ଅର୍ଥର ଅଭାବ ନଥ‌ିବା ସେ ଉଲ୍ଲେଖ କରିଥିଲେ।

ଚୌଦ୍ବାର କଲେଜକୁ ଯଥାଶୀଘ୍ର ଆବଶ୍ୟକ ଅଧ୍ୟାପକ ଯୋଗାଇ ଦିଆଯିବ ବାଲି ମନ୍ତ୍ରୀ କହିଥିଲେ । ଗୁରୁବାର କଲେଜ ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ରାଜକିଶୋର ରାମଙ୍କ ଏକ ପୂର୍ଣାବୟନ ପ୍ରତିମୂର୍ତ୍ତି କଲେଜ ପ୍ରାଙ୍ଗଣରେ ଉନ୍ମୋଚିତ ହୋଇଥିଲା । ମୁଖ୍ୟଅତିଥ୍ୟ ଭାବେ ଶ୍ରୀ ନାୟକ ଏହାର ଉନ୍ମୋଚନ କରିଥିଲେ।

ସମାରୋହରେ ସମ୍ମାନିତ ଅତିଥୁ ଭାବେ ଚୌଦ୍ବାର କଟକ ବିଧାୟକ ସୌରିକ ବିଶ୍ବାଳ ଓ ସାଲେପୁର ବିଧାୟକ ତଥା କଲେଜର ପୁରାତନ ଛାତ୍ର ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ 'ପ୍ରଗତିବାଦୀ'ର କର୍ଯ୍ୟନିର୍ବାହୀ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ ଯୋଗ ଦେଲ ଭାରତ ଆଜି ଚନ୍ଦ୍ରରେ ପହଞ୍ଚିବାର ସଫଳତା ପାଇବା ପଛରେ ଜଣେ ଶିକ୍ଷକଙ୍କ ପୁତ୍ର ଭାବେ ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥଙ୍କ ନେତୃତ୍ବ ସମ୍ପର୍କରେ ଉଲ୍ଲେଖ କରିଥିଲେ ।

ପ୍ରାରମ୍ଭରେ ଚୌଦ୍ଵାର କଲେଜର ପ୍ରିନ୍ସିପାଲ ପ୍ରଫେସର ଉମେଶ ଚନ୍ଦ୍ର ଦେବତା ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା େବଳେ ବିରୂତି ଭୂଷଣ ସାହୁ ଅତିଥୁ ପରିଚୟ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସଂସଦର ସଭାପତି ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି ସମାରୋହରେ ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତ୍ତି ଗଢିଥ‌ିବା ଶିଳ୍ପୀ ପ୍ରଫୁଲ୍ଲ କୁମାର ବେହେରା, ସ୍ଥାନୀୟ କାଉନସିଲର ଆଶୁତୋଷ ଦାଶ ଓ ସ୍ବର୍ଗତ ରାମଙ୍କ ପତ୍ନୀ ଇନ୍ଦୁମତୀ ରାମଙ୍କୁ ସମ୍ବଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ରବିନ୍ଦ୍ର କୁମାର ମହାପାତ୍ର ସଂଯୋଜନା କରିଥିବା ବେଳେ ସ୍ବର୍ଗତ ରାମଙ୍କ ପୁତ୍ର ବାୟୁପ୍ରିୟ ରାମ ଉଦବୋଧନ ଦେଇଥିଲେ । ପ୍ରାରମ୍ଭରେ କଲେଜର ଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ' ସଙ୍ଗୀତ ଗାନ କରିଥିଲେ । ଛାତ୍ର ସଂସଦ ସମ୍ପାଦକ କେଶବ ଚନ୍ଦ୍ର ସାହୁ ଉପସ୍ଥିତ ଥ‌ିବା େବଳେ ପୁରାତନ ଛାତ୍ରୀ ରେଣୁବାଳା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow