ଏମ୍ସ, ଭୁବନେଶ୍ୱରକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

Aug 14, 2023 - 07:49
Aug 15, 2023 - 07:50
 0  5
ଏମ୍ସ, ଭୁବନେଶ୍ୱରକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ଏମ୍ସ, ଭୁବନେଶ୍ୱରକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଏମ୍ସ, ଭୁବନେଶ୍ୱରକୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ମୃତ ଶରୀର ପରିଚାଳନା ‌‌କ୍ଷେତ୍ରରେ ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତା, ଉତ୍ସର୍ଗୀକୃତ ମନୋଭାବ ଏବଂ ନିରନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ମାନିତ ହୋଇଛି । ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ବାହାନଗା ଟ୍ରେନ୍‌ ଦୁର୍ଘଟଣାର ମୃତକଙ୍କ ଶବ ସଂରକ୍ଷଣ ତଥା ପରିଚାଳନାରେ ଏମ୍ସ, ଭୁବନେଶ୍ୱରର ଉଦ୍ୟମକୁ ପ୍ରଶଂସା କରିବା ସହିତ ଏହାକୁ ମର୍ଯ୍ୟାଦା ପ୍ରଦାନ କରିଛନ୍ତି । କାର୍ଯ୍ୟକ୍ରମରେ ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ୱାସ, ମେଡିକାଲ୍‌ ଅଧୀକ୍ଷକ ଡା. ଦିଲ୍ଲୀପ କୁମାର ପରିଡ଼ା, ଆନାଟୋମି ବିଭାଗ ମୁଖ୍ୟ ଡା. ମନୀଷା ଗାଏକୱାଡ, ଏଫ୍‌ଏମ୍‌ଟି ବିଭାଗ ଅତିରିକ୍ତ ପ୍ରଫେସର୍‌ ଡା. ସୁଦୀପ୍ତ ସିଂ, ଭାରପ୍ରାପ୍ତ ଡିଡିଏ ରଶ୍ମି ରଞ୍ଜନ ସେଠୀ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।

What's Your Reaction?

like

dislike

love

funny

angry

sad

wow