ଆଜି ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩

Chandrayaan-3 to enter lunar orbit today

Aug 5, 2023 - 17:36
 0  8
ଆଜି ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ ଚନ୍ଦ୍ରଯାନ-୩

ବହୁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି। ଇସ୍ରୋ ଆଉ ଏକ ସଫଳତାର ପାହଚ ଚଢିବ। ଚନ୍ଦ୍ରଯାନ-୩ ଏବେ ଚନ୍ଦ୍ର କକ୍ଷ ପଥ ମୁହାଁ ।  ଆଜି ଏହା ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ। ଏ ନେଇ ଇସ୍ରୋ ପକ୍ଷରୁ ସୂଚନା ମିଳିଛି । ଆଜି ସନ୍ଧ୍ୟା ୭ଟାରେ ଚନ୍ଦ୍ରଯାନ-୩ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିବ। ଅଗଷ୍ଟ ୨୩ ତାରିଖରେ ଏହା ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ବୋଲି ଅନୁମାନ କରାଯାଉଛି । ଅଗଷ୍ଟ ପହିଲା ରାତି ୧୨ଟାରେ ଇସ୍ରୋର ବୈଜ୍ଞାନିକମାନେ ଏହାକୁ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରାଇଥିଲେ । ପୂର୍ବରୁ ଚନ୍ଦ୍ରଯାନ ଏକ ଆଲେପଟିକାଲ୍ କକ୍ଷପଥରେ ଗତି କରୁଥିଲେ। ଯାହାର ପୃଥିବୀଠାରୁ ସର୍ବନିମ୍ନ ଦୂରତା ୨୩୬ କିଲୋମିଟର ଏବଂ ସର୍ବାଧିକ ଦୂରତା ୧,୨୭,୬୦୩ କିଲୋମିଟର ଥିଲା।  ଏହା ଆଜି ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ ଏବଂ ଅଗଷ୍ଟ ୨୩ ରେ ଚନ୍ଦ୍ରରେ ଅବତରଣ କରିବ। ଚନ୍ଦ୍ରଯାନ ୩ ଚନ୍ଦ୍ରର କକ୍ଷପଥରେ ରହି ପୃଥିବୀରୁ ଆସୁଥିବା ରେଡିଏସନକୁ ଅଧ୍ୟୟନ କରିବ । ସେହିଭଳି ଚନ୍ଦ୍ରର ତାପମାତ୍ରା , ଚନ୍ଦ୍ରର ଉପର ଏବଂ ଭିତର ଅଂଶ କିଭଳି ଗଠିତ ହୋଇଛି ତାହା ମଧ୍ୟ ଅନୁଧ୍ୟାନ କରିବ ।  ଚନ୍ଦ୍ରଯାନ-୩ ଜୁଲାଇ ୧୪ ତାରିଖରେ ଆାନ୍ଧ୍ରପ୍ରଦେଶର ସତିଶ୍ ଧାଓ୍ବନ୍ ସ୍ପେଶ୍ ସେଣ୍ଟରରୁ ସଫଳ ଉତକ୍ଷେପଣ କରାଯାଇଥିଲା । ଯାହା ଉପରେ ସାରା ବିଶ୍ବର ନଜର ରହିଥିଲା ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.