ଏସଜେଟିଏ କାର୍ଯ୍ୟାଳୟ ପାଇଁ ମିଳିଲା ଏନଏମଏ ଅନୁମତି

ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଏଜେଟିଏ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ (ଏନଏମଏ) ଶ୍ରୀମନ୍ଦିର ପ୍ରଶାସନକୁ ଏନଓସି ପ୍ରଦାନ କରିଛନ୍ତି ।

Jun 5, 2023 - 06:06
 0  792
ଏସଜେଟିଏ କାର୍ଯ୍ୟାଳୟ ପାଇଁ ମିଳିଲା ଏନଏମଏ ଅନୁମତି

ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ଏଜେଟିଏ କାର୍ଯ୍ୟାଳୟ ନିର୍ମାଣ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ (ଏନଏମଏ) ଶ୍ରୀମନ୍ଦିର ପ୍ରଶାସନକୁ ଏନଓସି ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିର ପ୍ରଶାସକଙ୍କ ସୂଚନା ଅନୁଯାୟୀ ଏପ୍ରିଲ ୨୫ରେ ହୋଇଥିବା ଏନଏମଏର ୩୮୯ତମ ବୈଠକରେ ଏହି ଅନୁମତି ପ୍ରଦାନ କରାଯାଇଛି । ଶ୍ରୀମନ୍ଦିରର ଦୁଇ ଶହ ମିଟର ନିୟନ୍ତ୍ରିତ ଅଞ୍ଚଳ ମଧ୍ୟରେ ଶ୍ରୀମନ୍ଦିର କାର୍ଯ୍ୟାଳୟର କୋଠା ନିର୍ମାଣ ପାଇଁ ଏହି ଅନୁମତି ପ୍ରଦାନ କରାଯାଇଛି ।

What's Your Reaction?

like

dislike

love

funny

angry

sad

wow