୮ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌ ଲୋକାର୍ପିତ 

Jul 18, 2023 - 08:03
Jul 21, 2023 - 08:04
 0  8
୮ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌ ଲୋକାର୍ପିତ 
୮ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌ ଲୋକାର୍ପିତ 

୮ଟି ଉଚ୍ଚକ୍ଷମତା ସମ୍ପନ୍ନ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌ ଲୋକାର୍ପିତ 
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୮ଟି ଉଚ୍ଚ କ୍ଷମତା ସଂପନ୍ନ ଗ୍ରୀଡ୍‌‌ ସବ୍‌‌ଷ୍ଟେସନ୍‌‌ ଲୋକାର୍ପିତ କରିଛନ୍ତି । ମେରାମୁଣ୍ଡଳୀ, କଣ୍ଟାବାଡ, ବାଲିମୁଣ୍ଡା, ବୋରିଗୁମା, ଲଖନପୁର, କୁଆରମୁଣ୍ଡା, ବାମରା ଓ ଭଟଲୀ ଠାରେ ଏହି ସବ୍‌‌ଷ୍ଟେସନଗୁଡିକ ଲୋକାର୍ପିତ ହୋଇଛି । ଏହି ଗ୍ରୀଡ ସବଷ୍ଟେସନଗୁଡିକ ଦ୍ୱାରା ରାଜ୍ୟ ବିଦ୍ୟୁତ୍‌‌ ସରବରାହ ବ୍ୟବସ୍ଥାରେ ୧ ହଜାର ୮୫୦ ଏମ୍‌‌.ଭି.ଏ ଟ୍ରାନ୍ସଫର୍ମେସନ୍‌‌ କ୍ଷମତା ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ଶିଳ୍ପ, କୃଷି ଓ ସାଧାରଣ ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ନିରବଚ୍ଛିନ୍ନ ବିଦ୍ୟୁତ୍‌‌ ସେବା ମିଳିବ ବୋଲି କୁହାଯାଇଛି । ଏହାଦ୍ୱାରା ୨ ଲକ୍ଷ ୨୦ ହଜାର ଉପଭୋକ୍ତା ଲାଭାନ୍ୱିତ ହୋଇପାରିବେ ।

What's Your Reaction?

like

dislike

love

funny

angry

sad

wow