ରାଜ୍ୟସଭାରୁ ନିଲମ୍ବିତ ହେବା ପରେ ଟ୍ଵିଟର ବାୟୋ ବଦଳାଇଲେ ରାଘବ ଚଢା

Aug 12, 2023 - 13:43
 0  4
ରାଜ୍ୟସଭାରୁ ନିଲମ୍ବିତ ହେବା ପରେ ଟ୍ଵିଟର ବାୟୋ ବଦଳାଇଲେ ରାଘବ ଚଢା

ରାଜ୍ୟସଭାରୁ ନିଲମ୍ବିତ ହେବା ପରେ ଆପ୍‌ ସାଂସଦ ରାଘବ ଚଢା ଟ୍ଵିଟରେ ନିଜର ବାୟୋ ବଦଳାଇଛନ୍ତି। ଯାହାକୁ ନେଇ ରାଜନୌତିକ ତର୍କ ବିତର୍କ ଆରମ୍ଭ ହୋଇଯାଇଛି। ପ୍ରଥମେ ଟ୍ଵିଟର ବାୟୋରେ ରାଘବ ଚଢା ସାଂସଦ ବୋଲି ଲେଖିଥିଲେ। କିନ୍ତୁ ଏବେ ଏହାକୁ ବଦଳାଇ ସସ୍‌ପେଣ୍ଡେଡ୍‌ ସାଂସଦ ଲେଖିଛନ୍ତି। ଜାଲ ଦସ୍ତଖତ ମାମଲାରେ ତାଙ୍କୁ ରାଜ୍ୟସଭାରୁ ନିଲମ୍ବନ କରାଯାଇଥିଲା । ରାଘବ ଚଢ଼ାଙ୍କ ବିରୋଧରେ ନକଲି ଦସ୍ତଖତ ଅଭିଯୋଗ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଆପ୍‌ କହିଛି । ରାଜ୍ୟସଭାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ରାଘବ ଚଢାଙ୍କୁ ନିଲମ୍ବନ ଘୋଷଣା କରିଥିଲେ । ପୀୟଷ ଗୋଏଲଙ୍କ ଦ୍ୱାରା କରାଯାଇଥିବା ଏକ ପ୍ରସ୍ତାବ ପରେ ରାଘବ ଚଢାଙ୍କ ନିଲମ୍ବନ ହୋଇଥିଲା । ରାଘବ ଚଢା ୫ଜଣ ସାଂସଦଙ୍କ ଦସ୍ତଖତ ଜାଲିଆତି ମାମଲାରେ ନିଲମ୍ବିତ କରାଯାଇଛି ।

ବିଜେପି ଜାଣିଶୁଣି ଚଢ଼ାଙ୍କୁ ଫସାଇବାକୁ ଚେଷ୍ଟା କରୁଛି ବୋଲି ଆପ୍ ଅଭିଯୋଗ କରିଛି। ରାଜ୍ୟସଭାରେ ବିଜେପି ସାଂସଦ ପୀୟୁଷ ଗୋୟଲ ଆପ୍ ସାଂସଦ ରାଘବ ଚଢ଼ାଙ୍କ ମାମଲା ଉଲ୍ଲେଖ କରି କହିଛନ୍ତି, ଏହା ବହୁତ ଗମ୍ଭୀର ମାମଲା। ଯେଉଁଭଳି ଭାବେ ସଦସ୍ୟମାନଙ୍କ ଅଜାଣତରେ ସେମାନଙ୍କ ନାମ ତାଲିକାରେ ପକାଯାଇଛି, ତାହା ବହୁତ ବଡ଼ ଭୁଲ୍। ଗୋୟଲ କହିଥିଲେ, ସଞ୍ଜୟ ସିଂ ବି ଯେଉଁ ପ୍ରକାରର ଆଚରଣ କରିଥିଲେ, ତାହା ବହୁତ ନିନ୍ଦନୀୟ ଥିଲା। ସେ ନିଲମ୍ବନ ପରେ ମଧ୍ୟ ଗୃହରେ ବସିରହିଥିଲେ, ଯେଉଁ କାରଣରୁ ଗୃହର ପ୍ରକ୍ରିୟାକୁ ମଧ୍ୟ ସ୍ଥଗିତ ରଖିବାକୁ ପଡ଼ିଥିଲା। ଏହା ଚେୟାରର ଅପମାନ। ରାଜ୍ୟସଭାର ବିଶେଷ ଅଧିକାର କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ସଞ୍ଜୟ ସିଂ ନିଲମ୍ବିତ ରହିବେ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.