ବଦଳିବ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ

Jul 11, 2023 - 12:08
Jul 11, 2023 - 12:10
 0  11
ବଦଳିବ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ
ବଦଳିବ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ

ରାଜ୍ୟର ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ବଦଳିବ। ଧଳା ଘନନୀଳ ବଦଳରେ ଏଣିକି ସେମାନେହଣ୍ଟର ଗ୍ରିନ୍ରଙ୍ଗର ପୋଷାକ ପିନ୍ଧିବେ। ଛାତ୍ରଙ୍କ ପାଇଁ ଫୁଲ୍ପ୍ୟାଣ୍ଟ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର-ପଞ୍ଜାବୀ ସହ ଜ୍ୟାକେଟ୍ପୋଷାକ ରହିଛି। ଡ୍ରେସ୍ରେ ଏକ ଲୋଗୋଆମେ ଗଢ଼ିବୁ ନୂଆ ଓଡ଼ିଶାରହିବ। ସପ୍ତାହର ଦିନ ଛାତ୍ରଛାତ୍ରୀ ୟୁନିଫର୍ମ ପିନ୍ଧିବେ। ଶନିବାର ଛାତ୍ରଛାତ୍ରୀ ଟି-ସାର୍ଟ ଟ୍ରାକ୍ପ୍ୟାଣ୍ଟ ପିନ୍ଧି ବିଦ୍ୟାଳୟକୁ ଆସିବେ। ୧୦୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିବା ବିଦ୍ୟାଳୟର ପିଲାମାନେ ୪ଟି ରଙ୍ଗ ଏବଂ ଶହେରୁ ଅଧିକ ପିଲା ରହିଥିଲେ ଦୁଇଟି ରଙ୍ଗର ଡ୍ରେସ୍ପିନ୍ଧିବେ। ଛାତ୍ରଛାତ୍ରୀଙ୍କ ପାଇଁ କଳା ଜୋତା ଧଳା ମୋଜା ବାଧ୍ୟତାମୂଳକ ହୋଇଛି। ଜୁଲାଇ ୧୫ ସୁଦ୍ଧା ଯେପରି ୟୁନିଫର୍ମ ସଂଗ୍ରହ ବଣ୍ଟନ ପ୍ରକ୍ରିୟା ଶେଷ ହେବ, ସେଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ। ଜାରି ହୋଇଥିବା ଗାଇଡ୍ଲାଇନ୍କୁ ପାଳନ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆଜି ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି।

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ପୋଷାକ ଜୋତା-ମୋଜା ମିଳିବ। ପୂର୍ବରୁ କେବଳ ପ୍ରଥମରୁ ଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପୋଷାକ ଜୋତା-ମୋଜା ପାଉଥିବା ବେଳେ ଏବେ ହାଇସ୍କୁଲ ପିଲାମାନଙ୍କ ପାଇଁ ନୂତନ ଯୋଜନା କାର୍ଯ୍ୟକରୀ କରିବା ଦିଗରେ ରାଜ୍ୟ ସରକାର ଏବର୍ଷଠାରୁ ପଦକ୍ଷେପ ଗ୍ରହଣ କରିଛନ୍ତି। ପୋଷାକ, ଜୋତା-ମୋଜା କିଣିବା, ବିତରଣ ପାଇଁ ଜିଲ୍ଲା ବ୍ଲକ୍ସ୍ତରରେ କମିଟି ଗଠନ କରାଯାଇଛି। ବ୍ଲକସ୍ତରୀୟ କମିଟି ନେତୃତ୍ବରେ ଏସ୍ଏଚ୍ଜି ଏମ୍ଏସ୍ ଉତ୍ପାଦକଙ୍କଠାରୁ ଉପଯୁକ୍ତ ପୋଷାକ ସହ ଜୋତା-ମୋଜା କ୍ରୟ କରାଯାଇ ପିଲାମାନଙ୍କୁ ବଣ୍ଟନ କରାଯିବ।

ଜଣେ ଛାତ୍ରଛାତ୍ରୀଙ୍କୁ ବର୍ଷକ ପାଇଁ ୫୫୦ ଟଙ୍କାରେ ଦୁଇହଳ ପୋଷାକ, ୨୦୦ ଟଙ୍କାରେ ହଳେ ଜୋତା ଦୁଇ ହଳ ମୋଜା, ୧୨୫ ଟଙ୍କାରେ ଗୋଟିଏ ଟି-ସାର୍ଟ ୧୨୫ ଟଙ୍କାରେ ଗୋଟିଏ ଟ୍ରାକ୍ପ୍ୟାଣ୍ଟ ଯୋଗାଇ ଦିଆଯିବ। ଜଣେ ପିଲା ପିଛା ମୋଟ ଏକ ହଜାର ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ ହୋଇଛି। ପିଲାଙ୍କ ପାଇଁ ଆବଶ୍ୟକ ଅର୍ଥ ବିଦ୍ୟାଳୟର ପ୍ରଧାନଶିକ୍ଷକ ସ୍କୁଲ ପରିଚାଳନା କମିଟିର ମିଳିତ ଆକାଉଣ୍ଟକୁ ପଠାଯିବ। ସେମାନେ ଧାର୍ଯ୍ୟ ସମୟରେ ୟୁନିଫର୍ମ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବେ। ଜୁଲାଇ ୧୫ ସୁଦ୍ଧା ଯେପରି ୟୁନିଫର୍ମ ସଂଗ୍ରହ ବଣ୍ଟନ ପ୍ରକ୍ରିୟା ଶେଷ ହେବ, ସେଥିପ୍ରତି ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ବ ଦେବେ। ସ୍ଥାନୀୟ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେୟୁନିଫର୍ମ ବଣ୍ଟନ ସହ ତାହାର ଡକ୍ୟୁମେଣ୍ଟେସନ କରାଯିବା ଆବଶ୍ୟକ। ୧୫ ହଜାରରୁ କମ୍ ୧୫ ହଜାରରୁ ଏକ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ କିଣିବା ସମୟରେ ନିର୍ଦ୍ଦେଶାବଳୀ ଠିକ୍ଭାବେ କାର୍ଯ୍ୟକାରୀ କରିବାକୁ କୁହାଯାଇଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.