ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଂଲଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ

Jul 26, 2023 - 07:17
Jul 27, 2023 - 07:18
 0  5
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଂଲଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଂଲଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଂଲଣ୍ଡର ପୂର୍ବ ପ୍ରଧାନମନ୍ତ୍ରୀ
ଇଂଲଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟର ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି । ଏହି ଅବସରରେ ଦୁଇ ନେତା ରାଜ୍ୟର ଅର୍ଥନୈତିକ ବିକାଶ ଓ ପ୍ରଗତି ସହ ଭବିଷ୍ୟତର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି । ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ଓ ଟୋନି ବ୍ଲେୟର ଇନଷ୍ଟିଚ୍ୟୁଟ ଅଫ ଗ୍ଲୋବାଲ ଚେଞ୍ଜ (ଟିବିଆଇ) ସହ ଜୁଲାଇ 21ରେ ବୁଝାମଣା ସ୍ୱାକ୍ଷର ହୋଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଏବଂ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧି ପାଇଁ ଏହି ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ସାଙ୍ଗକୁ ରାଜ୍ୟର ଉନ୍ନତି ପାଇଁ ବ୍ୟାପକ ଆର୍ଥିକ ନୀତି ପ୍ରସ୍ତୁତି କରିବାରେ ଟିବିଆଇ ସହାୟତା ପ୍ରଦାନ କରିବ । ଏହି ଅବସରରେ ଟୋନି ବିଭିନ୍ନ କ୍ଷେତ୍ରରେ ରାଜ୍ୟର ସଫଳତା ଏବଂ ପ୍ରଶାସନରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିବା 5ଟି ବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

What's Your Reaction?

like

dislike

love

funny

angry

sad

wow