ଫଲକନୁମା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଅଳ୍ପକେ ବର୍ତିଲେ ଯାତ୍ରୀ

Jul 7, 2023 - 17:40
 0  10
ଫଲକନୁମା ଏକ୍ସପ୍ରେସରେ  ଅଗ୍ନିକାଣ୍ଡ ଅଳ୍ପକେ  ବର୍ତିଲେ  ଯାତ୍ରୀ

ହାୱଡା – ସିକନ୍ଦରାବାଦ ଫଲକନୁମା ଏକ୍ସପ୍ରେସରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ସୌଭାଗ୍ୟବଶତଃ ନିଆଁ ଲାଗିବା ଦେଖି ଯାତ୍ରୀମାନେ ଟ୍ରେନରୁ ଓହ୍ଲାଇ ପଡିବାରୁ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ‘ସିପିଆର୍‌ଓ’ ସି. ଏଚ୍‌. ରାକେଶ କହିଛନ୍ତି।

ପାଗିଡିପାଲି-ବୋମାଇପାଲି ମଧ୍ୟରେ ନିଆଁ ଲାଗିଛି। ଟ୍ରେନର ୩ଟି ବଗିରେ ନିଆଁ ଲାଗିଛି। ହାୱଡାରୁ ସିକନ୍ଦରାବାଦ ଅଭିମୁଖେ ଆସୁଥିବା ବେଳେ ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି ବୋଲି ଦକ୍ଷିଣ-କେନ୍ଦ୍ର ରେଲୱେ ସିପିଆର୍‌‌ଓ ସିଏଚ୍‌‌ ରାକେଶଙ୍କ ପକ୍ଷରୁ ସୂଚନା ମିଳିଛି। ୩ଟି ବଗିରେ ନିଆଁ ଲାଗିଥିଲା, ବର୍ତ୍ତମାନ ନିଆଁ ଲିଭାଇବା ଜାରି ରହିଛି। ନିଆଁ ଲାଗିଥିବା ବଗିକୁ ଟ୍ରେନ ଠାରୁ ଅଲଗା କରି ଦିଆଯାଇଛି। ଘଟଣା ସ୍ଥଳରେ ରେଲୱେ ଜିଏମ୍‌‌ ପହଞ୍ଚି ସାରିଛନ୍ତି। ନିଆଁ କିଭଳି ଲାଗିଲା ଲିଭାଯିବା ପରେ ସ୍ପଷ୍ଟ ଜଣାପଡିବ ବୋଲି ସିପିଆର୍‌‌ଓ କହିଛନ୍ତି।

ଅତି ଅଗମ୍ୟ ଅଞ୍ଚଳରେ ଟ୍ରେନ ଯିବା ବେଳେ ନିଆଁ ଲାଗିଥିଲା। ନିଆଁ ଲାଗିବା ପରେ ଟ୍ରେନ ଅଟକି ଥିଲା ଓ ସମସ୍ତ ଯାତ୍ରୀ ଟ୍ରେନରୁ ଓହ୍ଲାଇଥିଲେ ବୋଲି ଜଣେ ଯାତ୍ରୀ କହିଛନ୍ତି। କିଛି ରାସ୍ତା ଚାଲି କରି ଯିବା ପରେ  ମୁଖ୍ୟ ରାସ୍ତାରେ ଯାତ୍ରୀଙ୍କୁ ସରକାରଙ୍କ ପକ୍ଷରୁ ବସ୍‌‌ ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ଯାତ୍ରୀମାନେ ବସ୍‌‌ ଯୋଗେ ଗନ୍ତବ୍ୟ ସ୍ଥଳକୁ ଯାଉଛନ୍ତି। ନିଆଁ ଲାଗିଥିବା କଥା ଜଣାପଡ଼ିବା କ୍ଷଣି ଟ୍ରେନ୍‌ ଘଟଣାସ୍ଥଳରେ ଅଟକି ଯାଇଥିଲା ଓ ସମସ୍ତ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଏଥିରେ କେହି ମୃତାହତ ହୋଇନାହାନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.