ପଳାତକ ଲୁଟିଛନ୍ତି ୪୦ ହଜାର କୋଟି: ୫୦ ଖିଲାପୀଙ୍କ ଉପରେ ୮୭,୨୯୫ କୋଟି ବାକି

Aug 2, 2023 - 16:39
 0  4
ପଳାତକ ଲୁଟିଛନ୍ତି ୪୦ ହଜାର କୋଟି: ୫୦ ଖିଲାପୀଙ୍କ ଉପରେ ୮୭,୨୯୫ କୋଟି ବାକି

ଦେଶର ବ୍ୟାଙ୍କଗୁଡ଼ିକଠାରୁ କୋଟି କୋଟି ଟଙ୍କାର ଋଣ ନେ ପରିଶୋଧ ନକରି ବିଦେଶ ଚାଲିଯାଇଥିବା ଲୋକଙ୍କ ତାଲିକାରେ ଲମ୍ବା ହେବାରେ ଲାଗିଛି। ଏଭଳି ୧୯ ଜଣ ବ୍ୟକ୍ତି ବ୍ୟାଙ୍କ ଗୁଡ଼ିକ ଠାରୁ ୪୦ ହଜାର କୋଟି ଟଙ୍କା ଲୁଟିନେଇଛନ୍ତି। ୨୦୧୮ରେ ଭାରତ ସରକାର ଘୋଷଣା କରିଥିବା ପତାଳକ ଅର୍ଥନୈତିକ ଅପରାଧୀ ଆଇନ ବଳରେ ସେମାନଙ୍କ ଭିତରୁ ୧୦ ଜଣ ଲୋକଙ୍କୁ କୋର୍ଟ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିଛନ୍ତି। ଅବଶ୍ୟ ସେମାନେ ଲୁଟିଥିବା ଏକ ତୃତୀୟାଂଶ ରାଶି ବ୍ୟାଙ୍କଗୁଡ଼ିକ ଫେରିପାଇବାରେ ସଫଳ ‌ହୋଇଛନ୍ତି।

ଆଜି ରାଜ୍ୟସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ ବିଜୟ ମାଲ୍ୟା, ନିରବ ମୋଦୀ, ନିତୀନ ଜୟନ୍ତୀଲାଲ ସନ୍ଦସେରା, ଚେତନ ଜୟନ୍ତୀଲାଲ ସନ୍ଦସେରା, ଦୀପ୍ତି ଚେତନ ଜୟନ୍ତୀଲାଲ ସନ୍ଦସେରା, ହିତେଶ କୁମାର ନରେନ୍ଦ୍ରଭାଇ ପଟେଲ୍‌, ଜୁନୈଦ ଇକବାଲ୍ ମେମନ, ହାଜ୍‌ରା ଇକବାଲ୍ ମେମନ, ଆସିଫ୍ ଇକ୍‌ବାଲ୍‌ ମେମନ ଓ ରାମଚନ୍ଦ୍ରନ ବିଶ୍ବନାଥନଙ୍କୁ ଭାରତୀୟ କୋର୍ଟ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରାଯାଇଛି। ସେ କହିଛନ୍ତି ଦେଶ ଛାଡ଼ିଥିବା ମୋଟ ୧୯ ଜଣ ଅର୍ଥନୈତିକ ଅପରାଧୀଙ୍କଠାରୁ ୧୫, ୧୧୩ କୋଟି ଟଙ୍କା ବ୍ୟାଙ୍କ ପାଖକୁ ଫେରିଆସିଛି। ଏହା ବ୍ୟତୀତ ସେମାନଙ୍କ ୮୭୩.୭୫ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ପଳାତକ ଅପରାଧୀ ଘୋଷଣା କରିବା ଲାଗି ଇଡି ୧୯ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେଥିରୁ ୧୦ ଜଣଙ୍କୁ ଅପରାଧୀ ଘୋଷଣା କରାଯାଇଛି। ଦେଶରେ କୋଟି କୋଟି ଟଙ୍କାର ଠକେଇ କରି ଲୁଚିଲୁଚି ବିଦେଶ ପଳାଉଥିବା ଲୋକଙ୍କ ଉପରେ ଲଗାମ କଷିବା ପାଇଁ ଏହି ପଳାତକ ଅର୍ଥନୈତିକ ଅପରାଧୀ ନିୟମ ଲାଗୁ କରାଯାଇଛି। ଏହି ନିୟମ ଅଧୀନରେ ଦେଶ ଭିତରେ ଥିବା ସେମାନଙ୍କ ବିଭିନ୍ନ ସମ୍ପତ୍ତି ଜବତ କରାଯାଉଛି ଓ ତାହାକୁ ନିଲାମ ଓ ବିକ୍ରି କରି ବ୍ୟାଙ୍କଗୁଡ଼ିକୁ ଟଙ୍କା ଫେରାଇବାର ବ୍ୟବସ୍ଥା କରାଯାଉଛି।

ମନ୍ତ୍ରୀ ଶ୍ରୀ ଚୌଧୁରୀ କହିଛନ୍ତି ଯେ ଦେଶର ପ୍ରମୁଖ ୫୦ ଉଦ୍ଦେଶ୍ୟମୂଳକ ଖିଲାପଙ୍କ ଉପରେ ୮୭,୨୯୫ କୋଟି ଟଙ୍କା ବାକି ପଡ଼ିଛି। ସେଥିରୁ ସର୍ବାଧିକ ୮,୭୩୮ କୋଟି ଟଙ୍କା ନିରବ ମୋଦୀ ଓ ମେହୁଲ ଚୋକ୍‌ସିଙ୍କ ଉପରେ aଟଙ୍କା, ଆରଇଆଇ ଏଗ୍ରୋ ଉପରେ ୫୪୧୮ କୋଟି, ଏବିଜି ସିପ୍‌ୟାର୍ଡ ଉପରେ ୪୭୭୪ କୋଟି, କନକାଷ୍ଟ୍‌ ଷ୍ଟିଲ୍‌ ଉପରେ ୩୯୧୧ କୋଟି, ରୋଟୋମାକ୍‌ ଉପରେ ୨,୮୯୪ କୋଟି ଟଙ୍କା, ୱିନ୍‌ସମ୍ ଡାଇମଣ୍ଡ୍‌ ଉପରେ ୨୮୯୪ କୋଟି ଟଙ୍କା, ଫ୍ରଷ୍ଟ୍‌ ଇଣ୍ଟରନ୍ୟ‌ାସନାଲ୍ ଉପରେ ୨୫୧୮ କୋଟି ଟଙ୍କା, ଶ୍ରୀ ଲକ୍ଷ୍ମୀ କଟ୍‌ସିନ୍ ଉପରେ ୨୧୮୦ କୋଟି ଟଙ୍କା ଏବଂ ଜୁମ୍ ଡେଭେଲପର୍ସ ଉପରେ ୨୦୬୬ କୋଟି ଟଙ୍କା ବାକି ପଡ଼ିଛି। ଗତ ପାଞ୍ଚ ଆର୍ଥିକ ବର୍ଷରେ ସରକାରୀ ବ୍ୟାଙ୍କଗୁଡ଼ିକ ୧୦,୫୭,୩୨୬ କୋଟି ଟଙ୍କା ରାଇଟ୍‌ ଅଫ୍‌ କରିଛନ୍ତି ବୋଲି ସେ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.