ଧାନର ଏମଏସପି ବଢିଲା 

Jun 7, 2023 - 01:32
Jun 8, 2023 - 01:32
 0  215
ଧାନର ଏମଏସପି ବଢିଲା 
ଧାନର ଏମଏସପି ବଢିଲା 

ଧାନର ଏମଏସପି ବଢିଲା 
କେନ୍ଦ୍ର ସରକାର ଧାନ, ହରଡ, କପା ଆଦିର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ବୃଦ୍ଧି କରିଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କେନ୍ଦ୍ର କ୍ୟାବିନେଟର ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଧାନର ଏମଏସପି ୨୧୮୩ ଟଙ୍କାକୁ ବୃଦ୍ଧି ହୋଇଥିବା ବେଳେ ମୁଗର ସହାୟକ ମୂଲ୍ୟ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି । ସେହିପରି ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ୬୯୫୦କୁ ବୃଦ୍ଧି କରାଯାଇଛି । ବାଦାମ ଏମଏସପି ୬୩୭୭ ଓ ହରଡ଼ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ୭୦୦୦କୁ ବୃଦ୍ଧି କରାଯାଇଛି । କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ପ୍ରଧାନମନ୍ତ୍ରୀ ପ୍ରାଥମିକତା ପ୍ରଦାନ କରୁଛନ୍ତି । ଖୁଚୁରା ମୁଦ୍ରାସ୍ଫୀତି ହ୍ରାସ ପାଉଥିବା ବେଳେ ଏମଏସପି ବୃଦ୍ଧି ଚାଷୀଙ୍କ ପାଇଁ ଲାଭଦାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଗଣମାଧ୍ୟମକୁ କହିଛନ୍ତି ।

What's Your Reaction?

like

dislike

love

funny

angry

sad

wow