ଓଁ ନମଃ ଶିବାୟ ଧ୍ଵନୀ ରେ କମ୍ପୁଛି ଏକାମ୍ର କ୍ଷେତ୍ର, ହଜାର ହଜାର ଭକ୍ତଙ୍କ ସମାଗମ

Jun 27, 2023 - 20:34
 0  5
ଓଁ ନମଃ ଶିବାୟ ଧ୍ଵନୀ ରେ କମ୍ପୁଛି ଏକାମ୍ର କ୍ଷେତ୍ର, ହଜାର ହଜାର ଭକ୍ତଙ୍କ ସମାଗମ
ଓଁ ନମଃ ଶିବାୟ ଧ୍ଵନୀ ରେ କମ୍ପୁଛି ଏକାମ୍ର କ୍ଷେତ୍ର, ହଜାର ହଜାର ଭକ୍ତଙ୍କ ସମାଗମ
ଓଁ ନମଃ ଶିବାୟ ଧ୍ଵନୀ ରେ କମ୍ପୁଛି ଏକାମ୍ର କ୍ଷେତ୍ର, ହଜାର ହଜାର ଭକ୍ତଙ୍କ ସମାଗମ

ଝଲସୁଛି ଏକାମ୍ର କ୍ଷେତ୍ର । ଶ୍ରୀଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ୱିକ ଉନ୍ନତିକରଣ ଓ ଶୋଭାବୃଦ୍ଧି ପାଇଁ ପ୍ରସ୍ତାବିତ ଏକାମ୍ର କ୍ଷେତ୍ର ପ୍ରକଳ୍ପର ଶିଳାନ୍ୟାସ ମହୋତ୍ସବ ଚାଲିଛି । ବ୍ରାହ୍ମଣ ପଣ୍ଡିତଙ୍କ ମନ୍ତ୍ରପାଠ, ନାମ ସଂକୀର୍ତ୍ତନ ସାଙ୍ଗକୁ ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଗଗନ ପବନ। ଗତକାଲିଠାରୁ ଆରମ୍ଭ ହୋଇଛି ଏକାମ୍ର ପ୍ରକଳ୍ପର ଭୂମି ପୂଜନ ଓ ଶିଳାନ୍ୟାସ ଉତ୍ସବ। ପ୍ରଥମ ଦିନରେ ଦେବୀ ପାଦହରା ପୁଷ୍କରିଣୀରେ ଯଜ୍ଞନୀତି ହୋଇଥିଲା । ଆଜି ହରିହରାତ୍ମକ ଯଜ୍ଞ ଆରମ୍ଭ ହେବ।

ଆଧ୍ୟାତ୍ମିକ ପରିବେଶରେ ଯଜ୍ଞସ୍ଥଳୀରେ ପୂଜା ଓ କର୍ମକାଣ୍ଡ କରାଯିବ । ଆଜି ଯଜ୍ଞ ଓ ହୋମ କାର୍ଯ୍ୟରେ ଯୋଗ ଦେବେ ଗଜପତି ମହାରାଜ ଦିବ୍ୟସିଂହ ଦେବ। ଆସନ୍ତାକାଲି କରାଯିବ ଶିଳା ସୋଧନ ଓ ଶିଳା ପ୍ରତିଷ୍ଠା । ପଦ୍ମପାଖୁଡ଼ା ପଥରରେ ଶିଳାନ୍ୟାସ ହେବ । ଏହି ଭବ୍ୟ ମହୋତ୍ସହରେ ସାମିଲ ହେବେ ରାଜ୍ୟ ବାହାରର ୨୩ ଜଣ ପଣ୍ଡିତ । କାଶ୍ମୀର ଓ ଋଶିକେଷର ପଣ୍ଡିତମାନେ ସାମିଲ ହେବେ। ଆସନ୍ତାକାଲି ସକାଳ ସାଢ଼େ ୧୧ଟାରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିଲେ ମନ୍ତ୍ରୀ ଅଶୋକ ପଣ୍ଡା, ଭୁବନେଶ୍ୱର ମେୟର ଓ ଲିଙ୍ଗରାଜ ମନ୍ଦିର ସେବାୟତ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.