ସୁରକ୍ଷା ଯାଞ୍ଚ ପାଇଁ ହେବ ‘ସୁପର ଚେକ ଡ୍ରାଇଭ’

ବାହାନଗା ବଜାର ରେଳ ଷ୍ଟେସନରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା ପରେ ରେଳବାଇର ସମସ୍ତ ୧୯ ଜୋନରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ପାଇଁ ସୋମବାର ରେଳବାଇ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ‘ସୁପର ଚେକ ଡ୍ରାଇଭ’ ମାଧ୍ୟମରେ ସିଗ୍ନାଲ ବ୍ୟବସ୍ଥା ମଧ୍ୟ ଯାଞ୍ଚ କରିବାକୁ ସମସ୍ତ ଜୋନକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଡବଲ ଲକିଂ ବ୍ୟବସ୍ଥା ମଧ୍ୟ ଯାଞ୍ଚ ହେବ । ଜୋନଗୁଡିକ ଏହି ଯାଞ୍ଚ ବେଳେ ପରିଲକ୍ଷିତ ହେଉଥିବା ସମସ୍ତ ସମସ୍ୟା ଓ ତ୍ରୁଟି ସମ୍ପର୍କରେ ଜୁନ ୧୪ ସୁଦ୍ଧା ରିପୋର୍ଟ ଦାଖଲ କରିବେ ।

Jun 6, 2023 - 06:22
 0  849
ସୁରକ୍ଷା ଯାଞ୍ଚ ପାଇଁ ହେବ ‘ସୁପର ଚେକ ଡ୍ରାଇଭ’

What's Your Reaction?

like

dislike

love

funny

angry

sad

wow