ମାଲକାନଗିରି, ଗଞ୍ଜାମ ଦୁର୍ଘଟଣା ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା

ମାଲକାନଗିରି ଓ ଗଞ୍ଜାମ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ସହାୟତା ରାଶି ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରିରେ କାଳବୈଶାଖୀରେ ୪ ଓ ଗଞ୍ଜାମ ଆର୍ଯ୍ୟପଲୀରେ ସମୁଦ୍ରରେ ବୁଡି ୨ ଜଣଙ୍କ ମୃତ୍ୟୁ ଘଟଣାରେ ଗଭୀର ଦୁଃଖ ବ୍ୟକ୍ତ କରିବା ସହ ୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, କାଳବୈଶାଖୀ ଯୋଗୁ ମାଲକାନଗିରିରେ ଏୟାର ଷ୍ଟ୍ରିପ୍ କାନ୍ଥ ଭୁଶୁଡ଼ି ଦୁଇ ଶ୍ରମିକ ପ୍ରାଣ ହରାଇଥିଲେ । ସେହିପରି ମାଲକାନଗିରି ସହର ନିକଟସ୍ଥ ସତୀଗୁଡ଼ା ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯିବାରୁ ୨ ଜଣ ମତ୍ସ୍ୟଜୀବିଙ୍କ ମୃତ୍ୟୁ ହୋଇଥିଲା । ଏହାସହିତ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଗାଧୋଇବା ବେଳେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

Jun 6, 2023 - 05:49
 0  316
ମାଲକାନଗିରି, ଗଞ୍ଜାମ ଦୁର୍ଘଟଣା ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା

What's Your Reaction?

like

dislike

love

funny

angry

sad

wow