ରାଜ୍ୟସ୍ତରୀୟ ବନମହୋତ୍ସବ: ବ୍ୟାପକ ବନୀକରଣ କରି ବିଶ୍ବତାପନ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

Jul 8, 2023 - 14:08
Jul 8, 2023 - 14:09
 0  7
ରାଜ୍ୟସ୍ତରୀୟ ବନମହୋତ୍ସବ: ବ୍ୟାପକ ବନୀକରଣ କରି ବିଶ୍ବତାପନ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ରାଜ୍ୟସ୍ତରୀୟ ବନମହୋତ୍ସବ: ବ୍ୟାପକ ବନୀକରଣ କରି ବିଶ୍ବତାପନ ନିୟନ୍ତ୍ରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ଵର, ୦୭.୦୭.୨୦୨୩: ରାଜ୍ୟରେ ନୂତନ ଜଙ୍ଗଲ ସୃଷ୍ଟି ନିମନ୍ତେ ଚଳିତ ବର୍ଷ ବର୍ଷାଋତୁରେ ବିଭିନ୍ନ ବନୀକରଣ ଯୋଜନାରେ ୭୮୯୯୦. ୩୨ ହେକ୍ଟର ପରିମିତ ଅଞ୍ଚଳରେ ବୃକ୍ଷରୋପଣ, ୫୦୦୦ କିଲୋମିଟରରେ ପଥପାର୍ଶ୍ଵ ବନୀକରଣ ଏବଂ ୪. ୬୧ ଲକ୍ଷ ଚାରା ସହରାଞ୍ଚଳ ବନୀକରଣ ପାଇଁ, ସମୁଦାୟ ୩.୭୮ କୋଟି ଚାରା ରୋପଣ କରିବା ପାଇଁ ଯୋଜନା କରାଯାଇଅଛି ଏହା ବ୍ୟତୀତ ୬.୪୨ କୋଟି ବୃକ୍ଷଚାରା ସାଧାରଣ ହିତାଧିକାରୀ ଓ ଅନୁଷ୍ଠାନ ଗୁଡିକୁ ବଣ୍ଟନ ପାଇଁ ବ୍ୟବସ୍ଥା କରାଯାଇଛି ଏହି ବନୀକରଣ ଯୋଜନାରେ ବିଭିନ୍ନ ଜଙ୍ଗଲ କିସମ ବୃକ୍ଷ ଚାରା ସହିତ ଔଷଧୀୟ ବୃକ୍ଷଚାରା ରୋପଣ ନିମିତ୍ତେ ଗୁରୁତ୍ଵ ଦିଆଯାଇଛି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ ରେ ସଭା କୁ ସମ୍ବୋଧିତ କରି ୭୪ମ ରାଜ୍ୟସ୍ତରୀୟ ବନମହୋତ୍ସବ ଉପଲକ୍ଷେ ଅପାର ଆନନ୍ଦ ପରିପ୍ରକାଶ କରିଥିଲେ ତତ ସହିତ ଜନସାଧାରଣଙ୍କୁ ରାଜ୍ୟରେ ବ୍ୟାପକ ପରିମାଣରେ ବନୀକରଣ କରି ବିଶ୍ବତାପନ ନିୟନ୍ତ୍ରଣ କରିବାକୁ ଉପଦେଶ ଦେଇଥିଲେ।

୭୪ମ ରାଜ୍ୟସ୍ତରୀୟ ବନମହୋତ୍ସବ ସରକାରୀ ଉଚ୍ଚ ବିଦ୍ୟାଳୟ, ଘାଟିକିଆ, ଭୁବନେଶ୍ଵର ପରିସର ମଧ୍ୟରେ ପାଳିତ ହୋଇଯାଇଛି I ଏହି ଅବସରରେ ଶ୍ରୀ ପ୍ରଦିପ କୁମାର ଅମାତ, ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେI

ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ, ସାଧାରଣ ଉଦ୍ୟୋଗ, ବିଜ୍ଞାନ ଓ କାରିଗରୀ, ସାମାଜିକ ନିରାପତ୍ତା ଓ ଅକ୍ଷମ ବ୍ୟକ୍ତି ସଶକ୍ତିକରଣ ବିଭାଗ, ଶ୍ରୀମତୀ ସୁଲତା ଦେଓ,ରାଜ୍ୟ ସଭା ସଦସ୍ୟ, ଶ୍ରୀ ସୁଶାନ୍ତ ରାଉତ, ମାନ୍ୟବର ବିଧାନସଭା ସଦସ୍ୟ, ଭୁବନେଶ୍ଵର (ଉତ୍ତର), ଶ୍ରୀ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାନସଭା ସଦସ୍ୟ, ଭୁବନେଶ୍ଵର (ମଧ୍ୟମ), ଶ୍ରୀମତୀ ସୁଲୋଚନା ଦାସ, ମେୟର, ଭୁବନେଶ୍ଵର ମହାନଗର ନିଗମ, ଶ୍ରୀମତୀ ମଞ୍ଜୁଲତା କଅଁର, ଡେପୁଟି ମେୟର, ଭୁବନେଶ୍ଵର ମହାନଗର ନିଗମ ,ଶ୍ରୀମତୀ କିରଣବ।ଳା ମାଝି, ସ୍ଥାନୀୟ କର୍ପୋରେଟର,  ଭୁବନେଶ୍ଵର ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ,  ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସତ୍ୟବ୍ରତ ସାହୁ ଉକ୍ତ ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗଦାନ କରି ଉପସ୍ଥିତ ଜନସାଧାରଣ ଙ୍କୁ ବ୍ୟାପକ ବନୀକରଣ ପାଇଁସଚେତନକରାଇଥିଲେ

ଦେବୀଦତ୍ତ ବିଶ୍ଵାଳ, ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଏବଂ ଜଙ୍ଗଲ ବାହିନୀର ମୁଖ୍ୟ ସ୍ଵାଗତ ଭାଷଣ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଉକ୍ତ ବନମହୋତ୍ସବର ଗୁରୁତ୍ଵ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ ଚଳିତ ବର୍ଷ ବନମହୋତ୍ସବ ଉପଲକ୍ଷେ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବନୀକରଣ ସଚେତନତା ଜାଗୃତ କରାଯିବା ନିମନ୍ତ ବକ୍ତୃତା , ଚିତ୍ରାଙ୍କନ ଏବଂ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଉକ୍ତ ମହୋତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଅଛି

ବନୀକରଣ ଓ ଜଙ୍ଗଲ ସୁରକ୍ଷା ଦିଗରେ ଉଲ୍ଲେଖନୀୟକାର୍ଯ୍ୟ ନିମନ୍ତେ ସମ୍ଵଲପୁର ଜିଲ୍ଲାରଅଧାପଡା ବନ ସଂରକ୍ଷଣ ସମିତିକୁ ସର୍ବଶ୍ରେଷ୍ଠ ବନସଂରକ୍ଷଣ ସମିତି ରୂପରେ ସମ୍ମାନିତ କରାଯିବା ସହିତ ଲକ୍ଷ ଟଙ୍କା ପୁରସ୍କାର ଦିଆଯାଇଅଛି

What's Your Reaction?

like

dislike

love

funny

angry

sad

wow