ଛୁଟି ସତ୍ତ୍ୱେ ଗୁରୁବାର ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା

Jun 28, 2023 - 06:12
Jun 29, 2023 - 06:12
 0  7
ଛୁଟି ସତ୍ତ୍ୱେ ଗୁରୁବାର ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା
ଛୁଟି ସତ୍ତ୍ୱେ ଗୁରୁବାର ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା

ଛୁଟି ସତ୍ତ୍ୱେ ଗୁରୁବାର ହେବ ଏକକ ପିଜି ପ୍ରବେଶିକା ପରୀକ୍ଷା
ଇଦ ଉଲ ଜୁହା ଉପଲକ୍ଷେ ଗୁରୁବାର ଅର୍ଥାତ ଜୁନ ୨୯କୁ ରାଜ୍ୟ ସରକାର ଛୁଟି ଦିବସ ଘୋଷଣା କରିବା ସତ୍ତ୍ୱେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏକକ ପିଜି ପ୍ରବେଶିକା ପରୀକ୍ଷା ୨୦୨୩ ଅନୁଷ୍ଠିତ ହେବ । ସୂଚନା ଅନୁଯାୟୀ, ଉଚ୍ଚ ଶିକ୍ଷା ବିଭାଗର ରାଜ୍ୟ ସିଲେକସନ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ୩ଟି ସିଟିଙ୍ଗରେ ଏହି ପ୍ରବେଶିକା ପରୀକ୍ଷା ହେବ। ଜୁନ ୨୩ରୁ ଆରମ୍ଭ ହୋଇଥିବା ପ୍ରବେଶିକା ପରୀକ୍ଷା ଜୁଲାଇ ୪ ପର୍ଯ୍ୟନ୍ତ ଚାଲିବ । ଜୁନ ୨୯ (ଗୁରୁବାର) ପ୍ରଥମ ସିଟିଂରେ (ପୂର୍ବାହ୍ନ ୧୦-୧୧ଟା) ଲୋକ ପ୍ରଶାସନ (ପବ୍ଲିକ ଆଡମିନିଷ୍ଟ୍ରେସନ), ଦ୍ଵିତୀୟ ସିଟିଂରେ (ଦିନ ୧୨.୩୦-୧.୩୦) କମ୍ପ୍ୟୁଟର ସାଇନ୍ସ ଏବଂ ସମାଜବିଜ୍ଞାନ ଓ ତୃତୀୟ ସିଟିଂରେ (ଅପରାହ୍ନ ୩-୪ଟା) ରାଜନୀତି ବିଜ୍ଞାନ ପରୀକ୍ଷା ହେବ ।

What's Your Reaction?

like

dislike

love

funny

angry

sad

wow