ବିଦ୍ୟୁତ୍ ସଂସ୍କାର ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନରେ ମଧ୍ୟ ଓଡିଶାକୁ ଅବହେଳା 

Jun 28, 2023 - 06:11
Jun 29, 2023 - 06:11
 0  7
ବିଦ୍ୟୁତ୍ ସଂସ୍କାର ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନରେ ମଧ୍ୟ ଓଡିଶାକୁ ଅବହେଳା 
ବିଦ୍ୟୁତ୍ ସଂସ୍କାର ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନରେ ମଧ୍ୟ ଓଡିଶାକୁ ଅବହେଳା 

ବିଦ୍ୟୁତ୍ ସଂସ୍କାର ପାଇଁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନରେ ମଧ୍ୟ ଓଡିଶାକୁ ଅବହେଳା 
ବିଦ୍ୟୁତ ମନ୍ତ୍ରଣାଳୟଙ୍କ ସୁପାରିସ ଅନୁଯାୟୀ ଅର୍ଥ ମନ୍ତ୍ରଣାଳୟ ୧୨ଟି ରାଜ୍ୟକୁ ୨୦୨୧-୨୨ ଏବଂ ୨୦୨୨-୨୩ରେ କାର୍ଯ୍ୟକାରୀ ହୋଇଥିବା ସଂସ୍କାର ପ୍ରକ୍ରିୟାକୁ ମଞ୍ଜୁରୀ ଦେଇଛି । ଗତ ଦୁଇଟି ଆର୍ଥିକ ବର୍ଷରେ ଏସବୁ ରାଜ୍ୟମାନଙ୍କୁ ଅତିରିକ୍ତ ଋଣ ଅନୁମତି ମାଧ୍ୟମରେ ୬୬ ହଜାର ୪୧୩ କୋଟି ଟଙ୍କାର ଆର୍ଥିକ ସମ୍ବଳ ସଂଗ୍ରହ କରିବା ଲାଗି ଅନୁମତି ଦିଆଯାଇଛି । ଏହି କ୍ରମରେ ଓଡ଼ିଶାକୁ ମାତ୍ର ୨ ହଜାର ୭୨୫ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ରାଶି ମଞ୍ଜୁର କରାଯାଇଛି । ସଂସ୍କାର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରୋତ୍ସାହନ ଆକାରରେ ୨୦୨୧-୨୨ ଏବଂ ୨୦୨୨-୨୩ ପାଇଁ ଅତିରିକ୍ତ ଋଣ ଅନୁମତିର ସଞ୍ଚୟୀ ରାଶି ବାବଦକୁ ଆନ୍ଧ୍ର ପ୍ରଦେଶକୁ ୯ ହଜାର ୫୭୪ କୋଟି, ଆସାମକୁ ୪ ହଜାର ୩୫୯ କୋଟି, ହିମାଚଳ ପ୍ରଦେଶକୁ ୨୫୧ କୋଟି, କେରଳକୁ ୮ ହଜାର ୩୨୩ କୋଟି, ମଣିପୁରକୁ ୧୮୦ କୋଟି, ମେଘାଳୟକୁ ୧୯୨ କୋଟି, ରାଜସ୍ଥାନକୁ ୧୧ ହଜାର ୩୦୮ କୋଟି, ସିକ୍କିମକୁ ୩୬୧ କୋଟି, ତାମିଲନାଡ଼ୁକୁ ୭ ହଜାର ୫୪ କୋଟି, ଉତ୍ତର ପ୍ରଦେଶକୁ ୬ ହଜାର ୮୨୩ କୋଟି ଏବଂ ପଶ୍ଚିମବଙ୍ଗକୁ ୧୫ ହଜାର ୨୬୩ କୋଟି ପ୍ରଦାନ କରାଯାଇଛି । ଏହି ପ୍ରକ୍ରିୟାରେ ରାଜ୍ୟଗୁଡିକ ୨୦୨୩-୨୪ ଆର୍ଥିକ ବର୍ଷରେ ବିଦ୍ୟୁତ କ୍ଷେତ୍ରରେ ସଂସ୍କାର ସହ ଜଡ଼ିତ ଅତିରିକ୍ତ ଋଣ ଉଠାଇବାର ସୁବିଧାର ଲାଭ ନେବା ଜାରି ରଖିପାରିବେ । ୨୦୨୩-୨୪ରେ ସଂସ୍କାର ପାଇଁ ରାଜ୍ୟମାନଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ୧,୪୩,୩୩୨ କୋଟି ଟଙ୍କା ମିଳିବ । ୨୦୨୧-୨୨ ଏବଂ ୨୦୨୨-୨୩ରେ ସଂସ୍କାର ପ୍ରକ୍ରିୟାକୁ ପୂରଣରେ ଅସମର୍ଥ ରାଜ୍ୟମାନେ ଯଦି ଚଳିତ ଆର୍ଥିକ ବର୍ଷରେ ସଂସ୍କାରକୁ ଲାଗୁ କରିବାରେ ସକ୍ଷମ ହୁଅନ୍ତି ତା’ହେଲେ ସେମାନେ ୨୦୨୩-୨୪ ପାଇଁ ନିର୍ଦ୍ଧାରିତ ଅତିରିକ୍ତ ଋଣ ନେବାର ଲାଭ ମଧ୍ୟ ପାଇପାରିବେ ।

What's Your Reaction?

like

dislike

love

funny

angry

sad

wow