ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

Aug 5, 2023 - 23:48
 0  4
ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର-ତା.୦୫.୦୮. ୨୦୨୩ - ସତ୍ୟବାଦୀ ବକୁଳ ବନବିଦ୍ୟାଳୟର ପ୍ରଧାନଶିକ୍ଷକ,ପ୍ରବୀଣ ସ୍ୱାଧୀନତା ସଂଗ୍ରାମୀ, ସୁଲେଖକ, ନବଭାରତ, ସମାଜର ପୂର୍ବତନ ସମ୍ପାଦକ, ପୂର୍ବତନ ବାଚସ୍ପତି ଉତ୍କଳଗୁରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ୧୩୯ ତମ ଜୟନ୍ତୀ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆଜି ପ୍ରତ୍ୟୁଷରେ ଭୁବନେଶ୍ୱର ପିଏମଜିଛକସ୍ଥିତ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ଭାବପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି । 

ଏହି କାର୍ଯ୍ୟକ୍ରମରେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କରିଥିଲେ । ଏଠାରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ପଣ୍ଡିତଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ।

ସ୍ନାତକୋତ୍ତର ଶିକ୍ଷା ପରେ ସେ ପ୍ରଥମେ କଲିକତା ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ । ମାତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆହ୍ବାନରେ ସେ ମାତ୍ର ୧୨ଟଙ୍କା ବେତନରେ ସତ୍ୟବାଦୀ ବନ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ବ ନିର୍ବାହ କଲେ । ପରେ ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇ କାରାଵରଣ କରିଥିଲେ । ନିଜେ ନବଭାରତ ଖବରକାଗଜ ପ୍ରକାଶନ କରିବା ସହ ପରେ ଏହାକୁ ସମାଜରେ ବିଲୀନ କରି ସମାଜର ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିଲେ।

ଓଡିଶା ବିଧାନସଭାର ବାଚସ୍ପତି ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ବିଧାନସଭା ବାଚସ୍ପତି ପଦବୀର ଗାରିମା ରକ୍ଷା ପାଇଁ ତାଙ୍କ ଉଦ୍ୟମ ସମଗ୍ର ଭାରତ ବର୍ଷରେ ଏକ ଉଜ୍ଜ୍ବଳ ଦୃଷ୍ଟାନ୍ତ ସୃଷ୍ଟି କରିଛି।

ଜଣେ ସାହିତ୍ୟିକ ଭାବେ ସେ ବହୁ ପୁସ୍ତକ ରଚନା କରି ନିଜର ସ୍ୱତନ୍ତ୍ର ପରିଚୟ ହାସଲ କରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ବୋଲି ଉତ୍ସବରେ ଯୋଗ ଦେଇ ବିଧାୟକ ପ୍ରଫୁଲ୍ଲ ସାମଲ,ପୂର୍ବତନ ପୋଲିସ ମହାନିର୍ଦେଶକ ଅମୀୟ ଭୂଷଣ ତ୍ରିପାଠୀ, ସୀତାବଲ୍ଲଭ ମହାପାତ୍ର, ପଣ୍ଡିତ ନୀଳକଣ୍ଠ ଦାଶଙ୍କ ନାତି ପୂର୍ଣ୍ଣେନ୍ଦୁ କୁମାର ଦାଶ, ପର୍ଶୁରାମ ଦ୍ବିବେଦୀ,ଡ଼ଃ ତ୍ରିନାଥ ହୋତା, ପ୍ରବୀର ମହାନ୍ତି, ଗିରିଜା ଶଙ୍କର ମହାପାତ୍ର, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଡ଼ଃ ରଙ୍ଗାଧର ସାହୁ,ଉତ୍କଳ ସମ୍ମିଳନୀ ରାଜ୍ୟ ସଭାପତି ଡ଼ଃ ଅଦ୍ବେତ କୁମାର ପାତ୍ର,ଉଷାରଣୀ ମହାନ୍ତି, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ ସାହୁ ଓ ସଭ୍ୟବୃନ୍ଦ, ଜୟ ଓଡିଶା ସଭ୍ୟବୃନ୍ଦ, ରାମକୃଷ୍ଣ ଦାଶ,ପ୍ରଗତି ରଥ,ଅନୁପମା ବେହେରା,ରୀତା ମହାନ୍ତି, ଉତ୍କଳ ସମ୍ମିଳନୀ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା କର୍ମକର୍ତ୍ତା ମତବ୍ୟକ୍ତ କରିଥିଲେ ।

ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଲଷ୍ମୀଧର ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପଶାସନ ସଚିବ ମାଥିଆସ ତିର୍କୀ ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow