‘ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଛାତ୍ରଛାତ୍ରୀଙ୍କ ଯୋଗଦାନ ଏବଂ ସଫଳ ପ୍ରଦର୍ଶନ 

Oct 3, 2023 - 18:04
 0  7
‘ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାରୁ ଦୁଇ ଛାତ୍ରଛାତ୍ରୀଙ୍କ ଯୋଗଦାନ ଏବଂ ସଫଳ ପ୍ରଦର୍ଶନ 

ଭୁବନେଶ୍ୱର: ଓଡିଶାକୁ ଶିକ୍ଷକ୍ଷେତ୍ରରେ ମିଳିଛି ଆଉ ଏକ ସଫଳତା। ମୁମ୍ବାଇଠାରେ ‘ଅଭିନବ ବିନ୍ଦ୍ରା ଫାଉଣ୍ଡେସନ’, ‘ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍‌’ ଓ ‘ଅଲିମ୍ପିକ୍ ମ୍ୟୁଜିୟମ୍‌’ ପକ୍ଷରୁ ‘ଅଲିମ୍ପିକ୍ସ୍ ଇନ୍ ରିଲ୍ ଲାଇଫ୍‌’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଜଣେ ଛାତ୍ର ଓ ଜଣେ ଛାତ୍ରୀଙ୍କ ସହ ଦୁଇଜଣ ପିଇଟି ଶିକ୍ଷକ(ଶାରୀରିକ ଶିକ୍ଷା ଶିକ୍ଷକ) ଯୋଗ ଦେଇଥିଲେ। ଭୁବନେଶ୍ୱର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଏସ୍‌ଏସ୍‌ନଗରର ଛାତ୍ର ସୌମ୍ୟରଞ୍ଜନ ବାରିକ ଓ ସରକାରୀ ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୪ର ଛାତ୍ରୀ ପ୍ରତ୍ୟାଶା ସ୍ୱାଇଁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲେ।

ସେମାନେ ଓଡିଶାର ବିଭିନ୍ନ ସରକାରୀ ବିଦ୍ୟାଳୟଗୁଡ଼କରେ ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ର ସଫଳ କାର୍ଯ୍ୟକାରିତା ଉପରେ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା ଓଡିଶା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ ‘ଅଲିମ୍ପିକ୍ସ୍ ପ୍ରଦର୍ଶନୀ’ । ପିଲାମାନେ ନିଜେ ପ୍ରସ୍ତୁତ କରିଥିବା ଅଡିଓ-ଭିଜୁଆଲସ୍ ବା ଦୃଶ୍ୟ-ଶ୍ରାବ୍ୟକୁ ସେଠାରେ ପ୍ରତର୍ଶିତ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ମାନ୍ୟବର ମୂଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଢ଼ ବର୍ଷ ପୂର୍ବେ ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ସହ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏହି  ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ କୁ ଉତ୍ଘାଟନ କରିଥିଲେ। ବର୍ତ୍ତମାନ ସୁଦ୍ଧା ‘ଅଲିମ୍ପିକ୍ସ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’, ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ବିଦ୍ୟାଳୟରେ କାର୍ଯ୍ୟ କରିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୫ଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି।

ଦୁଇ ଛାତ୍ରଛାତ୍ରୀଙ୍କ ସହ  ଭୁବନେଶ୍ୱର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଭିଏସ୍‌ଏସ୍‌ନଗରର ପିଇଟି ଶିକ୍ଷୟିତ୍ରୀ ଶ୍ରୀମତୀ ରଚିତା ନାୟକ ଓ ରାଉରକେଲାସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦିତ୍‌ନଗରର ପିଇଟି ଶିକ୍ଷକ ଶ୍ରୀ ଆଶିଷ୍  କୁମାର ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ । ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ, ଓଡ଼ିଶା  ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା)ର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅନୁପମ ସାହା ଓ ପ୍ରଶାସନିକ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସରୋଜ ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

What's Your Reaction?

like

dislike

love

funny

angry

sad

wow