ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

Aug 14, 2023 - 18:25
 0  15
ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ
ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ
ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ଭୁବନେଶ୍ୱର-୧୪.୦୮.୨୦୨୩: ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଓଡ଼ିଆ ଭାଷାର ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ’ ନିମନ୍ତେ ଦ୍ୱିତୀୟ ପଞ୍ଚଦିବସୀୟ ପ୍ରଶିକ୍ଷଣ ଶିବିର ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଉଦ୍‌ଘାଟିତ ହୋଇଛି । ପ୍ରତିଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ  କରିଥିଲେ ।

ଶ୍ରୀଯୁକ୍ତ ରାଉତରାଏ ତାଙ୍କ ବକ୍ତବ୍ୟରେ କହିଲେ ଯେ, ମାତୃଭାଷାର ପୂଜା ହିଁ ମାତୃଭୂମିର ପୂଜା । ମାଆ, ମାତୃଭୂମି ଓ ମାତୃଭାଷାର ସମ୍ମାନ ହିଁ ପ୍ରତିଟି ମଣିଷର ପରମ କର୍ତ୍ତବ୍ୟ । ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ସହିତ ଆମର ଅସ୍ମିତା ପ୍ରତିଷ୍ଠିତ ହୋଇଥାଏ । ଏହି ଉତ୍ସବରେ ସମ୍ମାନିତ ଅତିଥିଭାବେ ଡକ୍ଟର ପ୍ରସନ୍ନ କୁମାର ମହାନ୍ତି ଯୋଗଦାନ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଭାଷାର ମହାନତାକୁ ପ୍ରକାଶ କରିଥିଲେ ।

ପ୍ରଥମ ଶିବିର ଚଳିତ ମାସ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ସ୍ଥଳେ  ଆଜି ଠାରୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଶିବିର  ୧୯ ତରିଖ ପର୍ଯ୍ୟନ୍ତ ଚାଲିବ । ଏହି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୦ ଜଣ ପ୍ରଶିକ୍ଷାର୍ଥୀ ଯୋଗଦାନ କରିଛନ୍ତି ।

ପ୍ରଫେସର ହୃଷୀକେଶ ମଲ୍ଲିକ ଓ ପ୍ରଫେସର ନାରାୟଣ ସାହୁ ପ୍ରଶିକ୍ଷକଭାବେ ଯୋଗଦାନ କରି ସମ୍ପାଦନା ଓ ବନାନଶୁଦ୍ଧି ସମ୍ପର୍କରେ ନିଜସ୍ୱ ମତ ପ୍ରଦାନ କରିଥିଲେ । ପରବର୍ତ୍ତୀ ଦିନରେ ଦାଶ ବେନହୁର, ଡକ୍ଟର ପ୍ରସନ୍ନ କୁମାର ମହାନ୍ତି, ଡକ୍ଟର ପ୍ରମୋଦ କୁମାର ପରିଡ଼ା, ଶ୍ରୀ ସ୍ମୃତିରଞ୍ଜନ ମିଶ୍ର, ଡକ୍ଟର ବସନ୍ତ କୁମାର ପଣ୍ଡା, ଡକ୍ଟର ହରପ୍ରସାଦ ମିଶ୍ର, ଡକ୍ଟର ଦେବାଶିଷ ମହାପାତ୍ର ଓ ଡକ୍ଟର ରମେଶ ଚନ୍ଦ୍ର ମଲ୍ଲିକ ପ୍ରମୁଖ ପ୍ରଶିକ୍ଷକଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । 

ଏଥିରେ ଓଡ଼ିଆ ଭାଷା ସାହିତ୍ୟ ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନର ପ୍ରାୟୋଗିକ ଦିଗ ସମ୍ପର୍କରେ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରଶିକ୍ଷିତ କରାଯିବ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ପ୍ରତିଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ଓ ଡକ୍ଟର ଫଣୀନ୍ଦ୍ର ଭୂଷଣ ନନ୍ଦ ପରିଚାଳନା କରିଥିଲେ ଏବଂ ଡକ୍ଟର କ୍ଷେତ୍ରବାସୀ ମାନ୍‌ସେଠ୍ ଓ ଶ୍ରୀ ଗୋବିନ୍ଦ ପ୍ରସାଦ ଦାସ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow