ପୁଜ୍ୟ ପୂଜାର ଏକ ସଂସ୍କୃତିକ ସନ୍ଧ୍ୟା : ପ୍ରଣାମ ଗୁରୁଜୀ

Aug 14, 2023 - 13:10
 0  11
ପୁଜ୍ୟ ପୂଜାର ଏକ ସଂସ୍କୃତିକ ସନ୍ଧ୍ୟା : ପ୍ରଣାମ ଗୁରୁଜୀ
ପୁଜ୍ୟ ପୂଜାର ଏକ ସଂସ୍କୃତିକ ସନ୍ଧ୍ୟା : ପ୍ରଣାମ ଗୁରୁଜୀ
ପୁଜ୍ୟ ପୂଜାର ଏକ ସଂସ୍କୃତିକ ସନ୍ଧ୍ୟା : ପ୍ରଣାମ ଗୁରୁଜୀ

ଭୁବନେଶ୍ୱର : ଓଡିଶାର ପ୍ରାତଃ ସ୍ମରଣୀୟ ଯଶସ୍ବୀ ଗୁରୁ ଡ଼ଃ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସଂମାନର୍ଥେ ତାଙ୍କ ପ୍ରୀୟ ଅସଂଖ୍ୟ ଛାତ୍ର ଛାତ୍ରୀଙ୍କ ଦ୍ୱାରା ପ୍ରଣାମ ଗୁରୁଜୀ କାର୍ଯ୍ୟକ୍ରମ ସ୍ଥାନୀୟ ଗୁରୁ କେଳୁ ଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ପ୍ରେଖ୍ୟାଳୟରେ ଆୟୋଜନ କରାଯାଇଥିଲା ଉକ୍ତ ସନ୍ଧ୍ୟାରେ ଗୁରୁଜୀ ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ଉପସ୍ଥିତିରେ ତାଙ୍କ ପୂଜନ, ମଞ୍ଚରେ ମହା ସମାରୋହରେ ପାଳନ କରାଯାଇଥିଲା I

କାର୍ଯ୍ୟକ୍ରମର ପ୍ରାରମ୍ଭରେ ଶ୍ରୀ କେଶବ ଚନ୍ଦ୍ର ରାଉତ ଙ୍କ ପରିଚାଳନା ରେ ଗୁରୁ ବନ୍ଦନା ଗାନ କରାଯାଇଥିଲା. ଉକ୍ତ ସଭାରେ ତାଙ୍କ ପ୍ରିୟ ଶିଷ୍ୟ ଶିଷ୍ୟା ତଥା ଓଡ଼ିଶାର ପ୍ରଖ୍ୟାତ ଶିଳ୍ପୀ ମାନେ ଗୁରୁଜୀଙ୍କ ପ୍ରତି ତାଙ୍କ ନିଜ ନିଜର ଅନୁଭୂତି ବ୍ୟକ୍ତ କରିବା ସହିତ ଗୁରୁଜୀ ଙ୍କୁ ସମର୍ପଣ ପୂର୍ବକ ଓଡିଶୀ, ଗୀତଗୋବିନ୍ଦ ଓ ଭଜନ ପରିବେଷଣ କରିଥିଲେ I

ଓଡିଶୀ, ଗୀତଗୋବିନ୍ଦ  ଓ ଭଜନ ଦର୍ଶକ ମାନଙ୍କ ମନକୁ ଛୁଇଁଥିଲା I କାର୍ଯ୍ୟକ୍ରମ ର ଆବାହକ ବୀରବର ଜେନା ସର୍ବପ୍ରଥମେ କାର୍ଯ୍ୟକ୍ରମର ଅଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ I ଏଇ ସନ୍ଧ୍ୟାରେ ସନ୍ନମାନ ଅତିଥି ଯୋଗ ଦେଇଥିଲେ ଗୁରୁ ବୈକୁଣ୍ଠ ଶତପଥି, ଗୁରୁ ଉମେଶ ଦାଶ, ଗୁରୁ ନିମାକାନ୍ତ ରାଉତରାୟ, ଗୁରୁ ରବୀନ୍ଦ୍ର ମିଶ୍ର ଓ ଗୁରୁ ଅଲେଖ ସାମଲ ପ୍ରମୁଖ ଉପସ୍ଥିତ ଥିଲେ I ପ୍ରଣାମ ଗୁରୁଜୀ କାର୍ଯ୍ୟକ୍ରମ କୁ ଶ୍ରୀ ଲଷ୍ମୀକାନ୍ତ ପାଳିତ ଓ ମିତାଲି ଚିନାରା ସୁଚାରୁ ରୂପେ ପରିଚାଳନା କରିଥିଲେ. ଶେଷରେ ଶ୍ରୀମତୀ ସଂଗୀତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I

What's Your Reaction?

like

dislike

love

funny

angry

sad

wow