ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେଲେ ଅନୱର-ଉଲ୍-ହକ୍ କକ୍କର

Aug 12, 2023 - 08:51
Aug 13, 2023 - 08:51
 0  5
ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେଲେ ଅନୱର-ଉଲ୍-ହକ୍ କକ୍କର
ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେଲେ ଅନୱର-ଉଲ୍-ହକ୍ କକ୍କର

ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ହେଲେ ଅନୱର-ଉଲ୍-ହକ୍ କକ୍କର
ପାକିସ୍ତାନ ଜାତୀୟ ସଂସଦ ଭଙ୍ଗ ହେବା ପରେ ନିର୍ବାଚନ ପରିଚାଳନା ପାଇଁ ସାଂସଦ ଅନୱର-ଉଲ୍-ହକ୍ କକ୍କରଙ୍କୁ ଦେଶର କାମଚଳା ପ୍ରଧାନମନ୍ତ୍ରୀ ନିଯୁକ୍ତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଓ ପୂର୍ବତନ ବିରୋଧୀ ଦଳ ନେତା ରାଜା ରିଆଜଙ୍କ ମଧ୍ୟରେ ହୋଇଥିବା ବୈଠକରେ ବେଲୁଚିସ୍ଥାନର ସାଂସଦ ଅନୱର-ଉଲ୍-ହକ୍ କକ୍କରଙ୍କୁ ଦେଶର କାମଚଳା ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି । ପାକିସ୍ତାନର ରାଷ୍ଟ୍ରପତି ଆରିଫ ଆଲଭି କକ୍କରଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ ଅଗଷ୍ଟ ୯ରେ ପାକିସ୍ତାନ ଜାତୀୟ ସଂସଦକୁ ଭଙ୍ଗ କରାଯାଇଥିଲା । ନିୟମାନୁଯାୟୀ ସଂସଦ ଭଙ୍ଗ ହେବାର ୯୦ ଦିନ ମଧ୍ୟରେ ନିର୍ବାଚନ ହେବ । ତେବେ ନିର୍ବାଚନ ପୂର୍ବରୁ କିଛି ନୂଆ ନିର୍ବାଚନ ମଣ୍ଡଳୀ ପୁନଃଗଠନ ହେବାକୁ ଥିବାରୁ କକ୍କରଙ୍କ କାର୍ଯ୍ୟକାଳ ଛଅମାସରୁ ଅଧିକ ରହିବ ବୋଲି ଆକଳନ କରାଯାଉଛି ।

What's Your Reaction?

like

dislike

love

funny

angry

sad

wow