2025ରୁ ଏସି ଟ୍ରକ କ୍ୟାବିନ ବାଧ୍ୟତାମୂଳକ

Jun 24, 2023 - 07:40
Jun 25, 2023 - 07:40
 0  9
2025ରୁ ଏସି ଟ୍ରକ କ୍ୟାବିନ ବାଧ୍ୟତାମୂଳକ
2025ରୁ ଏସି ଟ୍ରକ କ୍ୟାବିନ ବାଧ୍ୟତାମୂଳକ

2025ରୁ ଏସି ଟ୍ରକ କ୍ୟାବିନ ବାଧ୍ୟତାମୂଳକ
2025ରୁ ଟ୍ରକ କ୍ୟାବିନଗୁଡିକ ଏୟାର କଣ୍ଡିସନଡ (ଏସି) ହେବା ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ସୋମବାର ଏ ସଂକ୍ରାନ୍ତରେ ଏକ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଛନ୍ତି । ଅନୁମୋଦିତ ପ୍ରସ୍ତାବରେ ଟ୍ରକ କ୍ୟାବିନଗୁଡିକୁ ଏସିରେ ରୂପାନ୍ତରିତ କରିବା ପାଇଁ ନିର୍ମାତାମାନଙ୍କୁ 18 ମାସ ସମୟ ଦିଆଯାଇଛି । ଭାରତୀୟ ଟ୍ରକ ଡ୍ରାଇଭରମାନେ ଦୈନିକ 12ରୁ 14 ଘଣ୍ଟା ଗାଡି ଚଲାଇଥାନ୍ତି । ଖରାଦିନେ ସେମାନଙ୍କ ସମସ୍ୟା ବଢିଯାଏ । ଖରାଦିନେ ବହୁ ଡ୍ରାଇଭରଙ୍କ ମୃତ୍ୟୁ ହେବା ସହ ସେମାନେ ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଭୋଗିଥାନ୍ତି । ବିଦେଶରେ ଟ୍ରକଗୁଡିକର କ୍ୟାବିନ ଏସି ହୋଇଥିବା ବେଳେ ଭାରତରେ ଏହି ପ୍ରସଙ୍ଗକୁ ନେଇ ବିତର୍କ ଜାରି ରହିଥିଲା । ହେଲେ ମନ୍ତ୍ରୀ ନୀତିନ ଗଡକରୀ ଡ୍ରାଇଭରମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏସି ଟ୍ରକ କ୍ୟାବିନ ପ୍ରସ୍ତାବକୁ ମଂଜୁରୀ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ଆମେରିକା ଗସ୍ତ ବେଳେ ଭାରତୀୟ ଟ୍ରକ ଡ୍ରାଇଭରଙ୍କ ସମସ୍ୟା ସମ୍ପର୍କରେ ଭିଡିଓ ପୋଷ୍ଟ କରିଥିଲେ ।

What's Your Reaction?

like

dislike

love

funny

angry

sad

wow