ହୀରାକୁଦର ୨୨ ଗେଟ୍‌ ​ଖୋଲା: ମହାନଦୀରେ ବନ୍ୟା ପରିସ୍ଥିତି

Sep 16, 2023 - 15:40
 0  3
ହୀରାକୁଦର ୨୨ ଗେଟ୍‌ ​ଖୋଲା: ମହାନଦୀରେ ବନ୍ୟା ପରିସ୍ଥିତି

ହୀରାକୁଦ ଜଳଭଣ୍ଡାରର ୧୪ଟି ସ୍ଲୁଇସ୍‌ ଗେଟ୍ ଖୋଲା ଯାଇଥିବା ବେଳେ ମହାନଦୀରେ ବନ୍ୟା ପରିସ୍ଥିତି ଉପୁଯିଛି। ଜଳପ୍ରବେଶ ବଢ଼ିବା ପରେ ପୁଣି ଦୁଇଟି ପର୍ଯ୍ୟାୟରେ ଆହୁରି ୮ଟି ସ୍ଲୁଇସ୍ ଗେଟ୍‌ ଖୋଲାଯାଇଛି। ଅଧିକ ଗେଟ୍ ଖୋଲାଯିବା ପରେ ଗତକାଲି ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୭.୯୧ ଫୁଟ୍‌କୁ ଖସି ଆସିଛି। ଜଳଭଣ୍ଡାରକୁ ୨,୯୬,୬୬୫ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୩,୫୩,୮୪୨ କ୍ୟୁସେକ୍ ନିଷ୍କାସିତ ହେଉଛି। ୨୨ଟି ସ୍ଲୁଇସ୍ ଗେଟ୍ ଦେଇ ୩,୨୫,୭୨୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୨୪,୭୬୬ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି। ଜଳସଚେନ ନିମନ୍ତେ କେନାଲଗୁଡ଼ିକରେ ୩,୦୬୬ କ୍ୟୁସେକ୍, ମେଗା ଉଠାଜଳସେଚନ ପ୍ରକଳ୍ପ ପାଇଁ ୩୩ କ୍ୟୁସେକ୍ ଓ ଶିଳ୍ପ ପାଇଁ ୨୫୭ କ୍ୟୁସେକ୍ ଜଳ ଯୋଗାଇ ଦିଆଯାଇଛି। ଜଳଭଣ୍ଡାରର ଉପର ମୁଣ୍ଡରେ ୭୨.୭୮ ମିମି ଓ ତଳମୁଣ୍ଡରେ ୪୬.୮୦ ମିମି ବର୍ଷା ରେକର୍ଡ କରାଯାଇଛି। ଜଳପ୍ରବେଶ ଆଜି ଆହୁରି ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହା ପ୍ରଭାବରେ ବାଙ୍କୀରେ ମହାନଦୀର ବନ୍ୟାଜଳ ପ୍ରବେଶ କରିଛି। ଫଳରେ ରତାଗଡ଼ ଜାତମୁଣ୍ଡିଆ ରାସ୍ତାର ହୁଳୁହୁଳା ପୋଲ ଉପରେ ୩ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ବାଙ୍କୀ ବ୍ଲକର ରତାଗଡ଼, ବାଉଁଶପୁଟ, ବନ୍ଦାଳ, ଓସ୍ତିଆ ଭଳି ୪ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ସେପଟେ ମୁଣ୍ଡଳୀରେ ୬ ଲକ୍ଷ ୩୦ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି। ଉପରମୁଣ୍ଡ ହୀରାକୁଦରେ ଏବେ ୨୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୭.୮୭ ଫୁଟ୍ ରହିଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.