ଦେଶରେ ୨୦ ନକଲି ବିଶ୍ବବିଦ୍ୟାଳୟ : ୟୁଜିସି

Aug 3, 2023 - 11:25
 0  4
ଦେଶରେ  ୨୦ ନକଲି ବିଶ୍ବବିଦ୍ୟାଳୟ : ୟୁଜିସି

କୌଣସି ବିଶ୍ବବିଦ୍ୟାଳୟରେ ନାମ ଲେଖାଇବା ପୂର୍ବରୁ ଛାତ୍ରଛାତ୍ରୀମାନେ ସାବଧାନ । ଛାତ୍ରଛାତ୍ରୀଙ୍କ ଭିବିଷ୍ୟତ କୁ ନେଇ ଖେଳୁଛନ୍ତି ଶିକ୍ଷାନୁଷ୍ଠାନ। କାରଣ ଦେଶରେ ଅନେକ ନକଲି ବିଶ୍ବବିଦ୍ୟାଳୟ ରହିଛି। ଏନେଇ ୟୁଜିସି ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ସତର୍କ କରାଯାଇଛି । ସମଗ୍ର ଦେଶରେ ପ୍ରାୟ ୨୦ଟି ନକଲି ବିଶ୍ବବିଦ୍ୟାଳୟ ରହିଥିବା ଜଣାପଡିଛି। ତେବେ ଓଡ଼ିଶାରେ କୌଣସି ନକଲି ଶିକ୍ଷାନୁଷ୍ଠାନ ନଥିବାବେଳେ ଦେଶରେ ୨୦ଟି ରହିଛି ନକଲି ବିଶ୍ଵବିଦ୍ୟାଳୟ ରହିଛି ବୋଲି ସତର୍କ କରାଇଛି ୟୁଜିସି । ଦେଶରେ ଏକାଧିକ ନକଲି ବିଶ୍ବବିଦ୍ୟାଳୟ ରହିଥିବା ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ ରହିଛି ।

ତେବେ ଏହି ବିଶ୍ବବିଦ୍ୟାଳୟ ଗୁଡ଼ିକ ପାଖରେ ଡିଗ୍ରୀ ସାର୍ଟିଫିକେଟ ଦେବା ପାଇଁ ଯୋଗ୍ୟତା ନାହିଁ ବୋଲି ୟୁଜିସି କହିଛି । ୟୁଜିସି ପକ୍ଷରୁ ନକଲି ବିଶ୍ବବିଦ୍ୟାଳୟ ତାଲିକାରେ ଦେଶର ମାର୍ଚ୍ଚ ୨୦୨୩ ସୁଦ୍ଧା ୨୦ଟି ବିଶ୍ବବିଦ୍ୟାଳୟର ନାଁ ରହିଛି । ଦେଶର ୨୦ଟି ଶିକ୍ଷାନୁଷ୍ଠାନର ଯୋଗ୍ୟତା ନଥାଇ ମଧ୍ୟ ସେମାନେ ନିଜକୁ ବିଶ୍ବବିଦ୍ୟାଳୟ ଭାବେ ଘୋଷଣା କରିଛନ୍ତି । ଏହି ସମସ୍ତ ବିଶ୍ଵବିଦ୍ୟାଳୟ ଗୁଡ଼ିକ ପାଖରେ ଡିଗ୍ରୀ ସାର୍ଟିଫିକେଟ୍‌ ଦେବାର ଯୋଗ୍ୟତା ନାହିଁ । ତେଣୁ ନାମଲେଖା ବେଳେ ଛାତ୍ରଛାତ୍ରୀ ଓ ଅଭିଭାବକ ଏଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛି ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ । ନକଲି ବିଶ୍ବବିଦ୍ୟାଳୟର ତାଲିକାରେ ଥିବା ରାଜ୍ୟଗୁଡିକ ମଧ୍ୟରେ ଦିଲ୍ଲୀରେ ସର୍ବାଧିକ ୮ଟି, ଉତ୍ତର ପ୍ରଦେଶର ୪ଟି, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ୨ଟି ଲେଖାଁଏ ନକଲି ବିଶ୍ବବିଦ୍ୟାଳୟ ରହିଛି । ସେହିଭଳି ପଣ୍ଡିଚେରୀ, ମହାରାଷ୍ଟ୍ର, କେରଳ ଓ କର୍ଣ୍ଣାଟକରେ ଗୋଟିଏ ଲେଖାଏଁ ନକଲି ବିଶ୍ବବିଦ୍ୟାଳୟ ରହିଥିବା ସୂଚନା ଦେଇଛି ୟୁଜିସି। ତେବ ଡିଗ୍ରୀ ପ୍ରଦାନ କରିବାର ସ୍ବତନ୍ତ୍ର ଅଧିକାର ରହିଛି । କେନ୍ଦ୍ରୀୟ ଅଧିନିୟମ, ପ୍ରାଦେଶିକ ଅଧିନିୟମ କିମ୍ବା ରାଜ୍ୟ ଅଧିନିୟମ ଅନୁଯାୟୀ ବିଶ୍ବବିଦ୍ୟାଳୟ ଭାବରେ ବିବେଚିତ ଏକ ଅନୁଷ୍ଠାନ କିମ୍ବା ଏକ ଅଧିନିୟମ ଦ୍ବାରା ସ୍ବତନ୍ତ୍ର କ୍ଷମତାପ୍ରାପ୍ତ ଏକ ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିପାରିବ । ଏହି ଅଧିନିୟମ ଦ୍ବାରା କ୍ଷମତାପ୍ରାପ୍ତ ନଥିବା କୌଣସି ବି ଶିକ୍ଷାନୁଷ୍ଠାନ ନିଜକୁ ବିଶ୍ବବିଦ୍ୟାଳୟ କହିପାରିବ ନାହିଁ । ଏହାସହ କୌଣସି ଡିଗ୍ରୀ ମଧ୍ୟ ପ୍ରଦାନ କରିପାରିବ ନାହିଁ ବୋଲି ଜାରି କରିଥିବା ନୋଟିସରେ ଦର୍ଶାଇଯାଇଛି। 

ଯଦି କୌଣସି ବିଶ୍ବବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନ UGC ଅଧିନିୟମର ଉଲ୍ଲଂଘନ କରି ଏକାଡେମିକ ପ୍ରୋଗ୍ରାମ ପ୍ରଦାନ କରୁଛନ୍ତି ତେବେ ସେହିଭଳି UGCର ନୋଟିସକୁ [email protected]କୁ ଇ-ମେଲ ମାଧ୍ୟମରେ ପଠାଯାଇପାରିବ । ଯାହାଦ୍ଵାରା ଏହିପରି ଶିକ୍ଷାନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ । ପ୍ରକାଶଯୋଗ୍ୟ, ଗତବର୍ଷ ଓଡ଼ିଶାରେ ଦୁଇଟି ନକଲି ଶିକ୍ଷାନୁଷ୍ଠାନ ରହିଥିଲା । ଗୋଟିଏ ଥିଲା ରାଉରକେଲାରେ ନବଭାରତ ଶିକ୍ଷା ପରିଷଦ ଏବଂ ମୟୂରଭଞ୍ଜର ବାରିପଦାଠାରେ ଥିବା ନର୍ଥ ଓଡ଼ିଶା ୟୁନିଭର୍ସିଟ ଅଫ ଏଗ୍ରିକଲ୍‌ଚର୍‌ ଆଣ୍ଡ ଟେକ୍ନୋଲୋଜି । ତେବେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ନାମ ଲେଖାଇବା ପୂର୍ବରୁ ଏଥିପ୍ରତି ସତର୍କ ରହିବା ଆବଶ୍ୟକ । ଛାତ୍ରଛାତ୍ରୀମାନେ ଏଠାରୁ ଶିକ୍ଷାଦାନ ପରେ ମଧ୍ୟ କୌଣସି ଶିକ୍ଷାଗତ ଯୋଗ୍ୟତା ହାସଲ କରିପାରିବେ ନାହିଁ । କାରଣ ଆତ୍ମଘୋଷିତ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ ଦେବାର ଯୋଗ୍ୟତା ନାହିଁ । ଯଦି ଉଚ୍ଚଶିକ୍ଷା ପାଇଁ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ ଆଡ୍‌ମିଶନ ନେବା ପୂର୍ବରୁ ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ତଥା ନକଲି କି ଅସଲି ବିଷୟରେ ସୂଚନା ପାଇଁ UGC ୱେବ୍‌ସାଇଟ୍ www.ugc.ac.in ଯୋଗେ ଯାଞ୍ଚ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛି ୟୁଜିସି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.