ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠାଇ ପଠାଇଲା ‘ଆଦିତ୍ୟ-ଏଲ୍‌୧’; ଏକ୍ସ ପୋଷ୍ଟ୍ କଲା ଇସ୍ରୋ

Sep 7, 2023 - 13:20
 0  4
ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠାଇ ପଠାଇଲା ‘ଆଦିତ୍ୟ-ଏଲ୍‌୧’; ଏକ୍ସ ପୋଷ୍ଟ୍ କଲା ଇସ୍ରୋ

ଚନ୍ଦ୍ରରେ ‘ଚନ୍ଦ୍ରଯାନ-୩’ର ସଫଳ ଅବତରଣ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ସେପ୍ଟେମ୍ବର ୨ରେ ଏହାର ପ୍ରଥମ ସୌର ମିସନ ଆରମ୍ଭ କରିଛି। ଦେଶର ପ୍ରଥମ ସୌରଯାନ ଅଦିତ୍ୟ-ଏଲ୍‌୧ ଏବେ ପୃଥିବୀର ୧.୫ ଲକ୍ଷ କିଲୋମିଟର ଦୂରରେ ରହିଛି। ଏହି ଯାନଟି ତା’ର ଲାଗ୍ରାଙ୍ଗିଆନ୍ ପଏଣ୍ଟ (ଏଲ୍‌୧) କୁ ଯିବାବେଳେ ପୃଥିବୀ ଓ ଚନ୍ଦ୍ରର ଫଟୋ ଉଠାଇଛି। ଏହି ଫଟୋଗୁଡ଼ିକୁ ଟ୍ବିଟର୍‌ (ଏକ୍ସ)ରେ ସେୟାର୍‌ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)। ସେପ୍ଟେମ୍ବର ୨ ତାରିଖରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟାଠାରୁ ଏହି ଆଦିତ୍ୟ-ଏଲ୍‌୧କୁ ସୌରପୃ‌ଷ୍ଠକୁ ପ୍ରେରଣ କରାଯାଇଛି। ମହାକାଶଯାନ ପୂର୍ବରୁ ଦୁଇଟି ପୃଥିବୀ-ବନ୍ଧିତ ମାନିଉଭର (କକ୍ଷପଥ ବୃଦ୍ଧି) ସଫଳତାର ସହ ସମ୍ପନ୍ନ କରିଥିବା ଇସ୍ରୋ ପ୍ରକାଶ କରିଛି। ୧୨୫ ଦିନ ପରେ ଆଦିତ୍ୟ- ଏଲ୍‌୧ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଅଗଷ୍ଟ ମାସ ୨୩ ତାରିଖରେ ଇସ୍ରୋର ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର ସଫଳତାରେ ସହ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବା ପରେ ଦେଶ ଏବେ ଦ୍ବିତୀୟ କୀର୍ତ୍ତିମାନ ପାଇଁ ପ୍ରସ୍ତୁତ ହେଉଛି। ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ-ଏଲ୍‌୧କୁ ସୌରପୃ‌ଷ୍ଠକୁ ପ୍ରେରଣ କରାଯାଇଥିବା ବେଳେ ସେପ୍ଟେମ୍ବର ୩ରେ ପ୍ରଥମ ପୃଥିବୀ ବନ୍ଧିତ ମାନିଉଭର ସଫଳତାର ସହିତ କରାଯାଇଥିଲା। ଭାରତର ଅନ୍ୟ‌ାନ୍ୟ ପ୍ରକଳ୍ପଗୁଡିକ ମଧ୍ୟରେ ଏକ ମାନବ ସ୍ପେସ୍ ଫ୍ଲାଇଟ୍ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ, ଯାହାକି ୨୦୨୫ ସୁଦ୍ଧା ପ୍ରଥମ ଥର ପାଇଁ ମହାକାଶଚାରୀଙ୍କୁ କକ୍ଷପଥରେ ଉତକ୍ଷେପଣ କରିବାକୁ ଲକ୍ଷ୍ୟ ରଖିଛି ବୋଲି ଇସ୍ରୋର ଅଧ୍ୟକ୍ଷ୍ୟ ଏସ୍ ସୋମନାଥ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.