ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୩ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୮୦ କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। www.bseodisha.ac.inରେ ଲଗଅନ କରି ଆଡମିଟ କାର୍ଡ ପାଇପାରିବେ ବୋଲି ସୂଚନା ଦିଆଯାଇଛି।
ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ମାଟ୍ରିକ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ଛାତ୍ରଛାତ୍ରୀମାନେ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ସେମାନେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଜୁଲାଇ ୩ରୁ ୮ ପର୍ଯ୍ୟନ୍ତ ଦେଇପାରିବେ। ପରୀକ୍ଷାରେ ସାମିଲ ଛାତ୍ରଛାତ୍ରୀମାନେ ମେ’ ୨୬ରୁ ଜୁନ୍ ୧ ତାରିଖ ମଧ୍ୟରେ ଫର୍ମ ଫିଲ୍ଅପ୍ କରିଥିଲେ।
What's Your Reaction?