ଆଜିଠୁ ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ

Jul 12, 2023 - 12:59
 0  4
ଆଜିଠୁ ଭାରତ ଓ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ

ମାସକ ପରେ ପୁଣି ଥରେ ମଇଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । କ୍ୟାରିବିଆନ ଗସ୍ତରେ ଭାରତ ତା’ର ପ୍ରଥମ ଟେଷ୍ଟ ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳିବ। ମ୍ୟାଚଟି ଡୋମିନିକାର ୱିଣ୍ଡସର ପାର୍କରେ ଖେଳାଯିବ। ନିକଟରେ ବିଶ୍ୱକପ୍ ଟିକେଟରୁ ବଞ୍ଚିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ସିରିଜ୍ ଭାରତ ପାଇଁ ସେଭଳି ଚ୍ୟାଲେଞ୍ଜିଂ ହେବ ନାହିଁ । ତଥାପି ରୋହିତ ଶର୍ମାଙ୍କୁ ଇଣ୍ଡିଜ୍ ପେସ୍ ଆଟାକ୍ ଠାରୁ ସତର୍କ ରହିବାକୁ ପଡ଼ିବ । ଚଳିତ ବର୍ଷ ଶେଷଭାଗରେ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଭାରତୀୟ ବ୍ୟାଟରଙ୍କ ପାଇଁ ଅଭିଜ୍ଞ କେମାର ରୋଚ୍, ଶାନନ୍ ଗାବ୍ରିଏଲ, ଅଲଜାରୀ ଜୋସେଫ ଓ ଜେସନ୍ ହୋଲଡରଙ୍କ ଭଳି ପେସରଙ୍କୁ ସାମ୍ନା କରିବାକୁ ପଡ଼ିବ । ଭାରତର ନୂଆ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ପର୍ଯ୍ୟାୟ ଗତ ଦୁଇଟି ପର୍ଯ୍ୟାୟ ତୁଳନାରେ କଷ୍ଟସାଧ୍ୟ ହେବ । ଗତ ଦୁଇଟି ସିଜନରେ ଭାରତୀୟ ଟିମ୍ ଦମଦାର ପେସ୍ ଆଟାକ୍ ଓ ମଜଭୁତ ବ୍ୟାଟିଂ ଦମରେ ଫାଇନାଲ ଟିକେଟ୍ କାଟିଥିଲା । ବର୍ତ୍ତମାନ ଯଶପ୍ରୀତ ବୁମରା ଆହତ ଥିବା ବେଳେ ମହମ୍ମଦ ଶାମିଙ୍କୁ ବିଶ୍ରାମ ଦିଆଯାଇଛି । ବ୍ୟାଟିଂରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ । ଯୁବ ଓପନର ଯଶସ୍ୱୀ ଜୈସୱାଲଙ୍କୁ ଅଧିନାୟକ ରୋହିତ ଶର୍ମାଙ୍କ ସହ ପଦାର୍ପଣ କରିବାକୁ ସୁଯୋଗ ମିଳିପାରେ । ସେହିପରି ଚେତେଶ୍ୱର ପୂଜାରାଙ୍କ ସ୍ଥାନ ନେଇପାରନ୍ତି ଶୁଭମନ ଗିଲ । ମଧ୍ୟକ୍ରମରେ ସେଭଳି ବିଶେଷ ପରିବର୍ତନ ହେବାର ସମ୍ଭାବନା ନାହିଁ । ବିରାଟ କୋହଲି ଚତୁର୍ଥ, ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୫ମ ସ୍ଥାନରେ ଆସିବେ । ସେପଟେ ୱେଷ୍ଟଇଣ୍ଡିଜ୍ ପାଇଁ ଏହି ସିରିଜ୍ ଆହ୍ୱାନ ସଦୃଶ ହେବ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.