୩ଦିନ ଭାରତରେ ଫଶି ରହିବା ପରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ

Sep 13, 2023 - 10:30
 0  2
୩ଦିନ ଭାରତରେ ଫଶି ରହିବା ପରେ ସ୍ୱଦେଶ ଫେରିଲେ କାନାଡ଼ା ପ୍ରଧାନମନ୍ତ୍ରୀ

ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଫେରିପାରିନଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଙ୍ଗଳବାର ଅପରାହ୍ଣରେ ନିଜ ଦେଶକୁ ଫେରିଛନ୍ତି । ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିଲେ ଜଷ୍ଟିନ ଟ୍ରୁଡୋ । ଗତ ରବିବାର ତାଙ୍କୁ କାନାଡା ଫେରିବାର ଥିଲା । କିନ୍ତୁ ଉଡାଣର କିଛି ସମୟ ପୂର୍ବରୁ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୃଟି ଦେଖାଯାଇଥିଲା । ଫଳରେ ଏୟାରବସ ସିଭିସି-୦୦୧କୁ ଉଡ଼ାଣ ଭରିବା ପାଇଁ ଅନୁମତି ଦେଇନଥିଲା କାନାଡା ସେନା । ଯେଉଁଥିପାଇଁ ୩୬ ଘଂଟା ବିଳମ୍ବରେ ସେ କାନାଡା ଫେରିଛନ୍ତି । ବିମାନରେ ଥିବା ତ୍ରୃଟି ସଜାଡିବା ପାଇଁ କାନାଡାରୁ ଏକ ଟେକ୍ନିକାଲ ଟିମ ଭାରତ ଆସିଥିଲା । ସେମାନେ ବିମାନରେ ଥିବା ଟେକ୍ନିକାଲ ତ୍ରୁଟି ଠିକ୍ କରିବା ପରେ ଜଷ୍ଟିନ ଟ୍ରୁଡୋ ଫେରିଥିବା ନେଇ କାନାଡା ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ସଚିବ ସୂଚନା ଦେଇଛନ୍ତି ।

୨୦୧୬ରେ କାନାଡାରୁ ଉଡ଼ାଣ ଭରିବାର ମାତ୍ର ଅଧ ଘଂଟା ପରେ ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତାଙ୍କୁ ପୁଣି ଓଟାୱା ଫେରିବାକୁ ପଡ଼ିଥିଲା । ୨୦୧୯ ଡିସେମ୍ବରରେ ମଧ୍ୟ ନାଟୋ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଜଷ୍ଟିନ ଟ୍ରୁଡୋଙ୍କୁ ବିକଳ୍ପ ବିମାନରେ ଯାତ୍ରା କରିବାକୁ ପଡ଼ିଥିଲା । ରବିବାର ପୁଣି ଥରେ ତାଙ୍କ ବିମାନ ଖରାପ ହେବା ପରେ ଜଷ୍ଟିନ ଟ୍ରୁଡୋଙ୍କୁ ନେବା ପାଇଁ କାନାଡା ବାୟୁସେନା ସିସି-୧୫୦ ପୋଲରିଜ ବିମାନ ପଠାଇଥିଲା । କିନ୍ତୁ କାନାଡାରୁ ଭାରତ ଆସୁଥିବା ଏହି ବିମାନ ଲଣ୍ଡନରୁ ମୋଡ ବଦଳାଇ ଫେରିଯାଇଥିଲା । କେଉଁଥିପାଇଁ ଏହି ବିମାନ ଫେରିଗଲା ସେନେଇ କାନାଡା ପକ୍ଷରୁ କିଛି ସୂଚନା ଦିଆଯାଇନାହିଁ । ସବୁଠୁ ବଡ଼ କଥା ହେଉଛି ଯେତେବେଳେ କାଡାନାରେ ଖଲିସ୍ତାନୀ ଆନ୍ଦୋଳନକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଛି ସେତେବେଳେ କାନାଡା ପ୍ରଧାନମନ୍ତ୍ରୀଙ୍କ ବିମାନ ଖରାପ ହୋଇପଡିଛି । ଯାହାକୁ ଭିନ୍ନ ଦୃଷ୍ଟିକୋଣରେ ଦେଖିଛି କାନାଡା ଗଣମାଧ୍ୟମ ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.