ଷ୍ଟାର୍ ସିରିଜ୍ ବ୍ୟାଙ୍କ୍ ନୋଟ୍ ବୈଧ- ରିଜର୍ଭ ବ୍ୟାଙ୍କ

Jul 27, 2023 - 07:28
Jul 28, 2023 - 07:28
 0  5
ଷ୍ଟାର୍ ସିରିଜ୍ ବ୍ୟାଙ୍କ୍ ନୋଟ୍ ବୈଧ- ରିଜର୍ଭ ବ୍ୟାଙ୍କ
ଷ୍ଟାର୍ ସିରିଜ୍ ବ୍ୟାଙ୍କ୍ ନୋଟ୍ ବୈଧ- ରିଜର୍ଭ ବ୍ୟାଙ୍କ

ଷ୍ଟାର୍ ସିରିଜ୍ ବ୍ୟାଙ୍କ୍ ନୋଟ୍ ବୈଧ- ରିଜର୍ଭ ବ୍ୟାଙ୍କ
କେତେକ ୫୦୦ ଟଙ୍କିଆ ନୋଟରେ ନମ୍ବର (ସଂଖ୍ୟା) ସହ ଷ୍ଟାର () ସଙ୍କେତ ଥିବାରୁ ଏହାର ବୈଧତା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେବା ପରେ ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ବୈଧତା ନେଇ ସ୍ପଷ୍ଟ କରିଛନ୍ତି । ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ, ଷ୍ଟାର୍ () ଚିହ୍ନ ଏକ ନୋଟରେ ଥିବା ନମ୍ବର ପ୍ୟାନେଲ ବା ସଂଖ୍ୟା ଧାଡି ମଧ୍ୟରେ ଦିଆଯାଇଛି ଏବଂ କ୍ରମାନୁସାରେ ଏକ ପ୍ୟାକେଟରେ ଥିବା ୧୦୦ଟି ନୋଟରେ ଏଭଳି () ସଙ୍କେତ ରହିଛି । ଏକ ପ୍ୟାକେଟରେ ଥିବା ତ୍ରୁଟିପୂର୍ଣ୍ଣ ମୁଦ୍ରିତ ନୋଟଗୁଡ଼ିକର ବଦଳ ଭାବରେ ଏହି () ଚିହ୍ନ ଥିବା ନୋଟ ବଜାରକୁ ଛଡାଯାଇଛି । ଏହି ଷ୍ଟାର୍ () ଚିହ୍ନ ଥିବା ନୋଟ ଅନ୍ୟ ନୋଟ୍ ଭଳି ବୈଧ ବୋଲି ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି । ଷ୍ଟାର୍ () ପ୍ରତୀକ ହେଉଛି ଏକ ପରିଚାୟକ ଯାହା ଏହା ଏକ ବଦଳା ଯାଇଥିବା କିମ୍ବା ପୁନଃ ମୁଦ୍ରିତ ନୋଟ୍ ଉପରେ ଦେଖିବାକୁ ମିଳିଥାଏ । ରିଜର୍ଭ ବ୍ୟାଙ୍କ ୱେବସାଇଟ https://rbi.org.in/scripts/FS_FAQs.aspx?Id=136&fn=2753 ରେ’ଷ୍ଟାର୍ ସିରିଜ୍’ ନୋଟଗୁଡ଼ିକ ବିଷୟରେ ସୂଚନା ଉପଲବ୍ଧ ଅଛି ।

What's Your Reaction?

like

dislike

love

funny

angry

sad

wow