ସଂନ୍ଦୀପଙ୍କ ପାଇଁ ହେଲା ଉତ୍ତମ ମାନର ଚିକିତ୍ସା ବ୍ୟବସ୍ଥା, ପରିବାର ବି.ଏସ୍.କେ.ୱାଇ. ଅନ୍ତର୍ଭୁକ୍ତ 

Aug 18, 2023 - 17:04
 0  9
ସଂନ୍ଦୀପଙ୍କ ପାଇଁ ହେଲା ଉତ୍ତମ ମାନର ଚିକିତ୍ସା ବ୍ୟବସ୍ଥା, ପରିବାର ବି.ଏସ୍.କେ.ୱାଇ. ଅନ୍ତର୍ଭୁକ୍ତ 
ସଂନ୍ଦୀପଙ୍କ ପାଇଁ ହେଲା ଉତ୍ତମ ମାନର ଚିକିତ୍ସା ବ୍ୟବସ୍ଥା, ପରିବାର ବି.ଏସ୍.କେ.ୱାଇ. ଅନ୍ତର୍ଭୁକ୍ତ 
ଭୁବନେଶ୍ଵର, ୧୮/୦୮: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ନୂଆ ସୁଙ୍ଗୁଡ଼ା ଗ୍ରାମର ସଂନ୍ଦୀପ ଜେନାଙ୍କ ଅସୁସ୍ଥତା କଥା ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ଟିମ୍ ତରଫରୁ ତାଙ୍କର ଚିକିତ୍ସା ସହାୟତା ନିମନ୍ତେ ତ୍ୱରିତ ପଦକ୍ଷେପ ନିଆଯାଇଥିଲା । ଇତି ମଧ୍ୟରେ ତାଙ୍କ ପାଇଁ ସୁପର ସ୍ପେସାଲିଟି ଚିକିତ୍ସା ବ୍ୟବସ୍ଥା ହୋଇଛି । ତାଙ୍କ ପରିବାରଙ୍କୁ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ୍ କରାଯାଇଛି ।
ଗଣମାଧ୍ୟମ ରିପୋର୍ଟ ଅନୁସାରେ ସଂନ୍ଦୀପ ପରିବା ବେପାର କରି ଜିବୀକା ଅର୍ଜନ କରୁଥିଲେ । ଦିନେ ବାଇକରେ ଯାଉଥିବାବେଳେ ପାଣିକୋଇଲି ପାଖରେ ସେ ଗୁରୁତ୍ୱର ଦୁର୍ଘଟଣାର ସମ୍ମୁଖୀନ ହେଲେ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆବଶ୍ୟକୀୟ ଚିକିତ୍ସା କରି ଅଧିକ ଚିକିତ୍ସା ପାଇଁ କଟକର ଶ୍ରୀରାମଚନ୍ଦ୍ର ଭଞ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲକୁ ସୁପାରିଶ କରାଯାଇଥିଲା ।
ସଂନ୍ଦୀପଙ୍କ ପରିବାରଙ୍କୁ ବି.ଏସ୍.କେ.ୱାଇ. ରେ ସାମିଲ କରାଯାଇ ଥିବାରୁ ତାଙ୍କ ସମ୍ପର୍କୀୟ ମାନେ ତାଙ୍କୁ ଭୁବନେଶ୍ୱର ସ୍ପର୍ଶ ହସ୍ପିଟାଲ୍ ନେଇ ଆଡମିସନ୍ କରାଇଥିଲେ। ସେଠାରେ ସେ ବି.ଏସ୍.କେ.ୱାଇ. କାର୍ଡ ବଳରେ ଚିକିତ୍ସିତ ହୋଇଥିଲେ। ଅପରେସନ୍ ପରେ ସ୍ପର୍ଶ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିଲେ। ପରେ ପରେ ସେ ପୁନଶ୍ଚ (ଟ୍ରିନୀଟି ନ୍ୟୁରୋ ହସ୍ପିଟାଲ୍ ଆଣ୍ଡ୍ ଟ୍ରୋମା କେୟାର) ନାମକ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ଯାଇ ଆଡମିଶନ୍ ହୋଇଥିଲେ ଏବଂ ସେଠାରେ ମଧ୍ୟ ବି.ଏସ୍.କେ.ୱାଇ. କାର୍ଡ ମାଧ୍ୟମରେ ମାଗଣା ସୁପର ସ୍ପେସାଲିଟି ଚିକିତ୍ସା ପାଇଥିଲେ।

ବର୍ତ୍ତମାନ ପରବର୍ତ୍ତୀ ଚିକିତ୍ସା ପାଇଁ ସଂନ୍ଦୀପଙ୍କୁ କଟକର ଏସ୍.ସି.ବି. ମେଡିକାଲ୍ କଲେଜ ହସ୍ପିଟାଲରେ ଆଡମିଶନ୍ କରାଯାଇଛି। ସେ ଅସ୍ଥିଶଲ୍ୟ ବିଭାଗର ୨୯୪ ନମ୍ବର ବେଡରେ ରହି ଚିକିତ୍ସିତ ହେଉଛନ୍ତି। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସୁଧୁରୁଛି, ଏବଂ ତାଙ୍କର ଆରୋଗ୍ୟ ଲାଭ ପାଇଁ ସମସ୍ତ ପ୍ରକାର  ଚିକିତ୍ସା କରାଯିବ ବୋଲି ହସ୍ପିଟାଲ୍ ସୂତ୍ରରୁ ଜଣାପଡିଛି।

What's Your Reaction?

like

dislike

love

funny

angry

sad

wow