ପାଞ୍ଚଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Jun 27, 2023 - 17:49
 0  4
ପାଞ୍ଚଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପାଞ୍ଚଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ପାଞ୍ଚଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟପ୍ରଦେଶ ଗସ୍ତରେ। ମଙ୍ଗଳବାର ପୂର୍ବାହ୍ନରେ ଭୋପାଳରେ ପ୍ରଧାନମନ୍ତ୍ରୀ ୫ଟି ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହାସହ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେବେ। ପ୍ରଧାନମନ୍ତ୍ରୀ ପାଞ୍ଚଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଇନ୍ଦୋର-ଭୋପାଳ, ଜବଲପୁର-ରାଣୀ କମଳାପତି, ପାଟନା-ରାଞ୍ଚି, ବେଙ୍ଗାଲୁରୁ-ହୁବଲି-ଧରୱାଡ ଏବଂ  ମୁମ୍ବଇ-ଗୋଆ,ଏପରି ୫ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ପୂର୍ବରୁ ସେ ବନ୍ଦେ ଭାରତ ଏକ୍ସପ୍ରେସର ବଗି ଭିତରେ ପହଞ୍ଚି ଭ୍ରମଣକାରୀ ଶିଶୁ ଏବଂ ରେଳ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
ଭୋପାଳ(ରାଣୀ କମଳାପତି) -ଇନ୍ଦୋର ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟପ୍ରଦେଶର ଦୁଇ ନଗରୀ ମଧ୍ୟରେ ସହଜ ଓ ଦୃତ ଯାତ୍ରାର  ସୁବିଧା କରିବା ସହ ସେ ଅଞ୍ଚଳରେ ସାଂସ୍କୃତିକ, ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀ ସହ ସଂଯୋଗୀକରଣ ବୃଦ୍ଧି କରିବ। ଭୋପାଳ-(ରାଣୀ କମଳାପତି) ଜବଲପୁର ବନ୍ଦେ ଭାରତ ଏକ୍ସପ୍ରେସ ମହାକୋଶଳ ଅଞ୍ଚଳ (ଜବଲପୁର)ରୁ କେନ୍ଦ୍ରାଞ୍ଚଳ ଭୋପାଳକୁ ସଂଯୋଗ କରିବ। ସଂଯୋଗକରଣର ଉନ୍ନତି ସହ ସେ ଅଞ୍ଚଳର ପର୍ଯ୍ୟଟନ ସ୍ଥଳୀଗୁଡିକ ମଧ୍ୟ ସୁବିଧା ପାଇବେ।ରାଞ୍ଚି-ପାଟନା ବନ୍ଦେ ଭାରତ ଏକ୍ସପ୍ରେସ ଝାଡଖଣ୍ଡ ଓ ବିହାର ନିମନ୍ତେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପାଟନା- ରାଞ୍ଚି ମଧ୍ୟରେ ସଂଯୋଗୀକରଣ ବୃଦ୍ଧି ସହ ଏହି ଟ୍ରେନ ପର୍ଯ୍ୟଟକ, ବ୍ୟବସାୟୀ ଓ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଖୁବ୍ ସୁବିଧାଜନକ ହେବ। ଧରୱାଡ-ବେଙ୍ଗାଲୁରୁ ବନ୍ଦେ ଭାରତ ଏକ୍ସପ୍ରେସ କର୍ଣ୍ଣାଟକର ଗୁରୁତ୍ୱପୂର୍ଣ୍ଣ ସହର ଧରୱାଡ, ହୁବିଲୀ ସହ ରାଜଧାନୀ ବେଙ୍ଗାଲୁରୁକୁ ସଂଯୋଗ କରିବ । ଏହା ପର୍ଯ୍ୟଟକ, ଛାତ୍ରଛାତ୍ରୀ, ଶିଳ୍ପପତିମାନଙ୍କ ନିମନ୍ତେ ବେଶ୍ ସୁବିଧାଜନକ ହେବ। ଗୋଆ(ମାଡଗାଓଁ)-ମୁମ୍ବାଇ ବନ୍ଦେ ଭାରତ ଏକ୍ସପ୍ରେସ ଗୋଆ ନିମନ୍ତେ ହେବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ଏହା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ ଓ ଗୋଆ ମାଡଗାଓଁ  ଷ୍ଟେସନ ମଧ୍ୟରେ ଚଳାଚଳ କରିବ। ଏହି ଟ୍ରେନ ଗୋଆର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.