ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ଆରମ୍ଭ

Jul 11, 2023 - 16:38
 0  7
ଆମ ଓଡ଼ିଶା, ନବୀନ ଓଡ଼ିଶା ଯୋଜନା ଆରମ୍ଭ

ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଟି ପ୍ରସ୍ତାବ ଉପରେ ଲାଗିଛି ମୋହର ଆରମ୍ଭ ହେଲା ପଞ୍ଚାୟତିରାଜ ବିଭାଗର ନୂଆ ଯୋଜନା ଆମ ଓଡ଼ିଶା, ନବୀନ ଓଡ଼ିଶା ଏହି ପ୍ରସ୍ତାବରେ କ୍ୟାବିନେଟରେ ମୋହର ମରାଯାଇଛି ନୂଆ ଯୋଜନା ଅନୁସାରେ ପ୍ରତି ପଞ୍ଚାୟତକୁ ମିଳିବ ସ୍ବତନ୍ତ୍ର ଅନୁଦାନ ଯୋଜନା କାର୍ଯ୍ୟକାରିତା ପାଇଁ ଗାଇଡଲାଇନକୁ ମଂଜୁରୀ ମିଳିଛି ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଗତକାଲି ହୋଇଥିବା କ୍ୟାବିନେଟ୍ ବୈଠକରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ଗ୍ରାମାଂଚଳର ବିକାଶ ପାଇଁ ହାତ ଖୋଲା କରିଦେଇଛନ୍ତି ସରକାର ଏକ ନୂଆ ଯୋଜନାଆମ ଓଡ଼ିଶା ନବୀନ ଓଡ଼ିଶାଘୋଷଣା କରାଯାଇଛି ଏହି ଯୋଜନାରେ ଚଳିତ ଆର୍ଥିକ ବର୍ଷରେ ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ ଅନୁଦାନ ଅର୍ଥରୁ ଜଗନ୍ନାଥ ସଂସ୍କୃତି ପରମ୍ପରାର ପ୍ରୋତ୍ସାହନ, ସଂରକ୍ଷଣ କରାଯିବ
 ଅଧିକ ସଂଖ୍ୟାରେ ତୀର୍ଥ ଯାତ୍ରୀଙ୍କର ସମାଗମ ହେଉଥିବା ଉପାସନା ସ୍ଥଳୀଗୁଡ଼ିକରେ ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇପାରିବ ସେହିଭଳି ଓଡ଼ିଶାର ଐତିହ୍ୟ, ସାଂସ୍କୃତିକ ଭିତ୍ତିଭୂମି ବିକାଶ, ପ୍ରାଥମିକ ଶିକ୍ଷଶ ଉନ୍ନତିକରଣ, ମହିଳା  ଯୁବ ସଶକ୍ତିକରଣ ହାସଲ କରିବା ନିମନ୍ତେ ଭିତ୍ତିଭୂମିର ବିକାଶ, ଯୁବପୀଢିଙ୍କ ପାଇଁ କ୍ରୀଡା ସୁବିଧା, ବ୍ୟାଙ୍କିଙ୍ଗ ସେବା ତଥା ଡିଜିଟାଲ ସେବା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଏହି ଯୋଜନାରେ ପ୍ରସ୍ତାବ ଗ୍ରହଣ କରାଯିବ ପଂଚାୟତୱାରୀ ପ୍ରକଳ୍ପ ତାଲିକା ବ୍ଲକ ସ୍ତରରୁ ପ୍ରସ୍ତାବିତ ହୋଇ ଜିଲ୍ଲାପାଳ ଜିଲ୍ଲା ପରିଷଦ ସଭାପତିଙ୍କ ଦସ୍ତଖତ ସହିତ ସରକାରଙ୍କ ଅନୁମୋଦନ ପାଇଁ ପଂଚାୟତିରାଜ ପାନୀୟ ଜଳ ଯୋଗାଣ ବିଭାଗକୁ ପଠାଯିବ  

 

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.