ଯବାନଙ୍କ ଜୀବନ ନେଲା ରିଲ୍ସ ଭିଡିଓ

Jul 27, 2023 - 15:54
 0  4
ଯବାନଙ୍କ ଜୀବନ ନେଲା ରିଲ୍ସ ଭିଡିଓ
ଯବାନଙ୍କ ଜୀବନ ନେଲା ରିଲ୍ସ ଭିଡିଓ

ବର୍ତ୍ତମାନର ଯୁବପୀଢିଙ୍କୁ ସୋସିଆଲ ମିଡିଆ ଏବଂ ରିଲ୍ସ କରିବାରେ ନିଶା ଏତ ମାତ୍ରାରେ ଘାରିଛି ଯେ। ରିଲ୍ସ ଭିଡିଓ ବନାଇବା ପାିଁ ସେମାନେ ନିଜ ଜୀବନକୁ ବି ବାଜିରେ ଲଗାିବା ପାଇଁ ପଛାଉନାହଁନ୍ତି। ଏଭଳି ଏକ ଘଟଣାକୁ ନେଇ କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ। ଯବାନ ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି ପରିବାର। ମୃତ୍ୟୁତ କାହାକୁ କେତେବେଳେ ଅ।ସିବ ତାହା ଜଣାନାହିଁ କିନ୍ତୁ ବାପା ମାଙ୍କ ଆଖି ଆଗରେ ଯବାନ ପୁଅର ଜୁଇ ଜଳିବା କିଏ ଯେ ସହିବ । ଗଞ୍ଜମ ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି କିଛି ହୃଦୟ ବିଦାରକ ଦୃଶ୍ୟ । ବାପା ମା’ଙ୍କ ଆଖି ଆଗରେ ଜଳିଛି ଯବାନ ପୁଅର ଜୁଇ। ମୃତ୍ୟୁର କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ଖୁସିରେ ରିଲ୍ସ କରି ଅପଲୋଡ୍ କରୁଥିଲେ । ହେଲେ ଏକ ବସ୍ ଦୁର୍ଘଟଣାରେ କିଛି ସମୟରେ ପରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯବାନ ଜଣଙ୍କ ହେଉଛନ୍ତି କୁଶରାବ ଗାଁର ୨୫ ବର୍ଷିୟ ଯୁବକ ଜିତେନ୍ଦ୍ର କୁମାର ପାଢି। ସେ ଦୁଇ ବର୍ଷ ହେବ ସୀମା ସୁରକ୍ଷା ବଳ ତଥା ବିଏସ୍ଏଫରେ ଥିଲେ।

ମିଳିଥିବା ସୂଚନା ଅନୁଯାୟୀ ଗତ ୬ ତାରିଖରେ ଗାଁକୁ ଛୁଟିରେ ଆସିଥିଲେ ଜିତେନ୍ଦ୍ର । ଗତକାଲି ସେ ଆସିକାରୁ ସୋରଡା ଯାଉଥିବା ବେଳେ ସାଇ କ୍ରିଷ୍ଣା ନାମକ ଏକ ବସ ଆସ୍କା ଧରାକୋଟ ବାରଡାବିଲି ଠାରେ ତାଙ୍କୁ ଧକ୍କା ଦେଇଥିଲା । ଆଉ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି । ସବୁଠୁ ଦୁଖଃର କଥା ହେଉଛି ମୃତ୍ୟୁର କିଛି ସମୟ ପୂର୍ବରୁ ସେ ତାଙ୍କର ସୋଶିଆଲ ମିଡିଆ ଆକାଉଂଟରେ ରିଲ୍ସ କରି ପୋଷ୍ଟ କରିଥିଲେ । ତେବେ ମୃତ ଯବାନ ଜିତେନ୍ଦ୍ରଙ୍କ ଅସାବଧାନତା ଗାଡି ଚାଳନା ଯୋଗୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକଙ୍କଠାରୁ ଜଣାପଡିଛି ।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.