ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶ ପାଇଁ ମନ ବଳାଉଛନ୍ତି ଆଦାନୀ

Jun 27, 2023 - 15:56
 0  5
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶ ପାଇଁ ମନ ବଳାଉଛନ୍ତି ଆଦାନୀ

ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିବେଶ ପାଇଁ ମନ ବଳାଉଛନ୍ତି ଆଦାନୀ। ବନ୍ଦର, ବିମାନବନ୍ଦର, ଖଣି, ବିଦ୍ୟୁତ ଆଦି ବହୁ କ୍ଷେତ୍ରରେ କାରବାର କରୁଥିବା ଶିଳ୍ପପତି ଗୌତମ ଆଦାନି ସ୍ବାସ୍ଥ୍ୟ ସେବା ଲାଗି ବଡ଼ ଯୋଜନା ରଖିଛନ୍ତି। ଖୁବ୍‌ଶୀଘ୍ର ସେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ପ୍ରବେଶ କରିବେ‌ ‌ବୋଲି କହିଛନ୍ତି। ୬୧ ବର୍ଷରେ ପଦାର୍ପଣ କରିଥିବା ଆଦାନି କହିଛନ୍ତି ଯେ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ ପାଇଁ ଆମ ଗ୍ରୁପ୍ ଗତବର୍ଷ ୬୦,୦୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଥିଲା।

ସେହି କାର୍ଯ୍ୟକ୍ରମ ଅଧିନରେ ସ୍ବାସ୍ଥ୍ୟ ସେବା ଲାଗି ଏକ ବ୍ୟାପକ ବ୍ୟବସ୍ଥା ପ୍ରସ୍ତୁତ କରାଯିବ ଯାହା ମୁଖ୍ୟତଃ ପ୍ରଯୁକ୍ତି ମାଧ୍ୟମରେ ପରିଚାଳିତ ହେବ। ଏନେଇ ରହିଥିବା ଯୋଜନା ଉପରେ ଜୋର‌ସୋରରେ କାମ ଚାଲିଛି। ମେଡିକାଲ୍ ବ୍ୟବସ୍ଥାର ସବୁ ପ୍ରକ୍ରିୟାରେ ପ୍ରଯୁକ୍ତିର ବ୍ୟବହାର, ଏହି କ୍ଷେତ୍ରରେ କାମ କରୁଥିବା ଲୋକମାନଙ୍କ ଦକ୍ଷତାରେ ଉନ୍ନତି ଆଣଇବା ଲାଗି ଗଭୀର ଗବେଷଣା ଓ ତଥ୍ୟ ଉପରେ ଗୁରୁତ୍ବାରୋପ କରାଯିବ ବୋଲି ସେ କହିଛନ୍ତି।

What's Your Reaction?

like

dislike

love

funny

angry

sad

wow

K.S -KwikOdisha Bureau My writing style is characterized by engaging storytelling, meticulous fact-checking, and a commitment to presenting multiple perspectives.