ଗୁରୁବାର, ଅକ୍ଟୋବର 15, 2026 | Loading Time...
ଗୁରୁବାର, ଅକ୍ଟୋବର 15, 2026 | Loading Time...

ଟ୍ରେଡ୍‌ମିଲ୍‌ରେ ଦୌଡ଼ୁଥିବା ବେଳେ ଟଳିପଡ଼ିଲେ, ସ୍କୁଲ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ପ୍ରକାଶିତ: October 15, 2026, 12:48 PM | ଜାତୀୟ
ଟ୍ରେଡ୍‌ମିଲ୍‌ରେ ଦୌଡ଼ୁଥିବା ବେଳେ ଟଳିପଡ଼ିଲେ, ସ୍କୁଲ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ଟ୍ରେଡ୍‌ମିଲ୍‌ରେ ଦୌଡ଼ୁଥିବା ବେଳେ ଟଳିପଡ଼ିଲେ, ସ୍କୁଲ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ

ରାଜସ୍ଥାନ: ଜିମ୍‌ରେ ଟ୍ରେଡ୍‌ମିଲ୍‌ରେ ଦୌଡ଼ୁଥିବା ବେଳେ ଟଳିପଡ଼ି ଜଣେ ୪୯ ବର୍ଷୀୟ ସରକାରୀ ସ୍କୁଲ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ବୀରବଲରାମ ମେଘୱାଲ। ରାଜସ୍ଥାନର ସରଦାରଶହରରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଜିମ୍‌ରେ ଟ୍ରେଡ୍‌ମିଲ୍‌ରେ ଦୌଡ଼ୁଥିବା ସମୟରେ ହଠାତ୍ ସେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଫୁଟେଜ୍‌ରେ ସେ ଟ୍ରେଡ୍‌ମିଲ୍‌ରେ ଦୌଡ଼ୁଥିବା ବେଳେ ଭାରସାମ୍ୟ ହରାଇ ପଡ଼ିଯାଉଥିବା ଦେଖାଯାଇଛି। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।