ଆଜି ବିଶ୍ୱ ଡାକ ଦିବସ!
ଆଜି ବିଶ୍ୱ ଡାକ ଦିବସ!
ଡିଜିଟାଲ୍ ଯୁଗରେ ମଧ୍ୟ ସମ୍ପର୍କକୁ ଯୋଡ଼ି ରଖିବାରେ ଏବଂ ପ୍ରତିଟି ଘରେ ଖୁସି ପହଞ୍ଚାଇବାରେ ଡାକ ସେବାର ଅବଦାନ ଅତୁଳନୀୟ। ସମସ୍ତ ଡାକ କର୍ମଚାରୀଙ୍କୁ ମୋର ସଲାମ ଏବଂ ହାର୍ଦ୍ଦିକ ଶୁଭେଚ୍ଛା! ଚିଠି ଲେଖାର ସେହି ପୁରୁଣା ମିଠା ଦିନ ଏବଂ ଡାକବାଲାର ସେହି ବ୍ୟାଗ୍କୁ ମନେ ପକାଇବାର ଆଜି ଏକ ବିଶେଷ ଦିନ। ଆପଣ ସମସ୍ତଙ୍କୁ ବିଶ୍ୱ ଡାକ ଦିବସର ଅନେକ ଅନେକ ଶୁଭକାମନା। ଦେଶର କୋଣ ଅନୁକୋଣରେ ସୂଚନା ଓ ସେବା ପହଞ୍ଚାଉଥିବା ବିଶ୍ୱସନୀୟ ମାଧ୍ୟମ ହେଉଛି ଆମର ଡାକ ବିଭାଗ। ବିଶ୍ୱ ଡାକ ଦିବସର ଆନ୍ତରିକ ଶୁଭେଚ୍ଛା!
୧୮୭୪ ମସିହା ଅକ୍ଟୋବର ୯ ତାରିଖରେ ସ୍ୱିଜରଲ୍ୟାଣ୍ଡର ବର୍ଣ୍ଣଠାରେ 'ୟୁନିଭର୍ସାଲ ପୋଷ୍ଟାଲ ୟୁନିଅନ' (UPU) ଗଠନ ହୋଇଥିଲା, ଯାହାକୁ ସ୍ମରଣ କରି ଏହି ଦିବସ ପାଳିତ ହେଉଛି। ଭାରତୀୟ ପ୍ରତିନିଧି ଆନନ୍ଦ ମୋହନ ନରୁଲା UPU ଅଧିବେଶନରେ ଅକ୍ଟୋବର ୯କୁ 'ବିଶ୍ୱ ଡାକ ଦିବସ' ଭାବେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ। ସାରା ବିଶ୍ୱରେ ସବୁଠାରୁ ଅଧିକ ଡାକଘର ଆମ ଦେଶ ଭାରତରେ ହିଁ ରହିଛି।