Loading Indian Time...
Loading Indian Time...

ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ

ପ୍ରକାଶିତ: May 21, 2025, 6:32 PM | ରାଜ୍ୟ
ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ


ଚଳିତ ବର୍ଷ ଜୁନ୍ ୨୩ ତାରିଖରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖାଯିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ। ଚଳିତବର୍ଷ ମୌସୁମୀ ଶୀଘ୍ର ଆସୁଥିବାରୁ ଏହାକୁ ଲକ୍ଷ୍ୟରେ ରଖି ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖାଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ଜୁନ୍‌ ୨୩ ତାରିଖରେ ଉପନିର୍ବାଚନ ହେବ ବୋଲି ଆଜି ଘୋଷଣା ହୋଇଥିଲା।

ସୂଚନାଯୋଗ୍ୟ, ମୋଟ ୪୩ଟି ସରପଞ୍ଚ ଓ ୨୭୨ଟି ୱାର୍ଡ ସଭ୍ୟ ପଦ ପାଇଁ ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ଜୁନ୍ ୨୬, ୨୮, ୨୯, ୩୦ ଓ ୩୧ ତାରିଖରେ ନାମାଙ୍କନ ଦାଖଲ କରାଯିବ। ଏନେଇ ପରବର୍ତ୍ତୀ ତାରିଖ ଘୋଷଣା କରାଯାଇ ନାହିଁ।