ମଙ୍ଗଳବାର, ସେପ୍ଟେମ୍ବର 15, 2026 | Loading Time...
ମଙ୍ଗଳବାର, ସେପ୍ଟେମ୍ବର 15, 2026 | Loading Time...

ଓଡ଼ିଶା ଛୁଇଁଲା ମୌସୁମୀ

ପ୍ରକାଶିତ: May 28, 2025, 3:30 PM | ରାଜ୍ୟ
ଓଡ଼ିଶା ଛୁଇଁଲା ମୌସୁମୀ


ଓଡ଼ିଶାରେ ପ୍ରବେଶ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏନେଇ ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ନିଜ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି ବୋଲି ସେ ତାଙ୍କ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ମୌସୁମୀ ମାଲକାନଗିରି ଜିଲ୍ଲା ସହ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର କିଛି ଅଂଶରେ ପ୍ରଭାବ ପକାଇଛି।