ମଙ୍ଗଳବାର, ଜୁଲାଇ 14, 2026 | Loading Time...
ମଙ୍ଗଳବାର, ଜୁଲାଇ 14, 2026 | Loading Time...

କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ପ୍ରକାଶିତ: July 14, 2026, 8:53 PM | ଓଡିଶା ଜିଲ୍ଲା ସମାଚାର
କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କ କଲ୍ୟାଣ ପାଇଁ   ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା


କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀଙ୍କ କଲ୍ୟାଣ ପାଇଁ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି


କେନ୍ଦୁପତ୍ର ମୂଲ୍ୟରେ କେରି ପିଛା ୧୦ ପଇସା ବୃଦ୍ଧି,

ଫାଳ ପିଛା ୨୦ ପଇସା ବୃଦ୍ଧି


ତୋଳାଳୀମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ,

ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫଙ୍କ ପାଇଁ ୫ ପ୍ରତିଶତ

ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ,


ଖର୍ଚ୍ଚ ହେବ ୭୪.୭୮ କୋଟି



ଭୁବନେଶ୍ୱର

୧୩ ଜୁଲାଇ ୨୦୨୬



ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫଙ୍କ କଲ୍ୟାଣ ପାଇଁ ସେମାନଙ୍କ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏହା ସହିତ କେରି ଓ ଫାଳର ମୂଲ୍ୟରେ ମଧ୍ୟ ବୃଦ୍ଧି କରିଛନ୍ତି।


ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରୋସେସ ଏରିଆରେ କେନ୍ଦୁପତ୍ର କେରି (୨୦ଟି) ପିଛା ମୂଲ୍ୟ ୧୦ ପଇସା ବୃଦ୍ଧି କରାଯାଇଥିବା ବେଳେ ଫାଳ (୪୦ଟି) ପିଛା ମୂଲ୍ୟ ୨୦ ପଇସା ବୃଦ୍ଧି କରାଯାଇଛି। ଏଥିପାଇଁ ରାଜ୍ୟ ସରକାର ୧୦.୭୮ କୋଟି ଟଙ୍କା ଖର୍ଚ୍ଚ ବହନ କରିବେ।


ସେହିପରି କେନ୍ଦୁପତ୍ର ତୋଳାଳୀମାନଙ୍କ ପାଇଁ ୨୫ ପ୍ରତିଶତ ବୋନସ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫଙ୍କ ପାଇଁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୬୪ କୋଟି ଟଙ୍କା ବହନ କରିବେ।


ରାଜ୍ୟ ସରକାର ସମୁଦାୟ ୭୪.୭୮ କୋଟି ଟଙ୍କା ଖର୍ଚ୍ଚ କରିବେ।