ବୁଧବାର, ଅଗଷ୍ଟ 26, 2026 | Loading Time...
ବୁଧବାର, ଅଗଷ୍ଟ 26, 2026 | Loading Time...

ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ପ୍ରବେଶିକା ପରୀକ୍ଷା ସ୍ଥଗିତ

ପ୍ରକାଶିତ: June 28, 2025, 7:25 AM | ଓଡିଶା ଜିଲ୍ଲା ସମାଚାର
ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ପ୍ରବେଶିକା ପରୀକ୍ଷା ସ୍ଥଗିତ


ଭୁବନେଶ୍ଵର: ୨୦୨୫-୨୬ ଶିଷାବର୍ଷରେ ବିଏଡ୍‍, ବିଏଚଏଡ୍‍ ଓ ଏମ.ଏଡ୍‍ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଅଭିଯୋଗ ହେବା ପରେ ଏହାକୁ ସ୍ଥଗିତ ରଖାଯାଇଛି। ତେବେ ଏ ନେଇ ଖୁବଶୀଘ୍ର ରାଜ୍ୟ ଚୟନ ବୋର୍ଡ ପକ୍ଷରୁ ନୂଆ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି। ଅପରପକ୍ଷରେ ଅଭିଯୋଗ ଆଧାରରେ ଚୟନ ବୋର୍ଡ ପକ୍ଷରୁ ଯାଞ୍ଚ ନିର୍ଦ୍ଦେଶ ଦିଆଯିବା ସହ ବିଶେଷଜ୍ଞ କମିଟି ଦ୍ୱାରା ପ୍ରଶ୍ନପତ୍ର ଯାଞ୍ଚ କରାଯାଉଛି। ନୂଆ ତାରିଖ ଘୋଷଣା ହେବା ପରେ ପ୍ରାର୍ଥୀମାନେ ସାମସ୍‍ ପୋର୍ଟାଲରେ ଆବେଦନ କରିପାରିବେ। 

ସୂଚନାଯୋଗ୍ୟ, ୨୦୨୫-୨୬ ଶିକ୍ଷାବର୍ଷ ନିମନ୍ତେ ଦୁଇ ବର୍ଷିଆ ବିଏଡ୍‌, ଏମଏଡ୍‌ ଓ ବିଏଚଏଡ୍‌ ପାଠକ୍ରମରେ ନାମଲେଖା ପ୍ରକିୟା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ମାର୍ଚ୍ଚ ୨୪ ତାରିଖରୁ କମନ୍‌ ଆପ୍ଲିକେସନ୍‌ ଫର୍ମ (ସିଏଏଫ୍‌) ପୂରଣ ପ୍ରକିୟା ଆରମ୍ଭ ହୋଇଥିଲା। ପ୍ରବେଶିକା ପରୀକ୍ଷା ଚଳିତ ତଥା ଜୁନ୍‌ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବାର ନିଷ୍ପତ୍ତି ହୋଇଥିଲା, ମାତ୍ର ଏଥିରେ ଅନିୟମିତତା ଅଭିଯୋଗ ହେବା ପରେ ଚୟନ ବୋର୍ଡ ପକ୍ଷରୁ ଏହାକୁ ସ୍ଥଗିତ ରଖାଯାଇଛି ।