ଜୁନ୍ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ

ଜୁନ୍ ୨୩ ତାରିଖରେ ପଞ୍ଚାୟତ ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୪୩ଟି ସରପଞ୍ଚ ଓ ୨୭୨ଟି ୱାର୍ଡ ସଭ୍ୟ ପଦ ପାଇଁ ଉପନିର୍ବାଚନ ହେବ। ନାମାଙ୍କନ ଦାଖଲ ପାଇଁ ଜୁନ୍ ୨୬, ୨୮, ୨୯, ୩୦ ଓ ୩୧ ତାରିଖ ନିର୍ଦ୍ଧାରିତ ହୋଇଛି। ସରପଞ୍ଚ ପାଇଁ ବ୍ଲକ ଅଫିସ ଏବଂ ୱାର୍ଡ ମେମ୍ବର ପ୍ରାର୍ଥୀ ପଞ୍ଚାୟତ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବେ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ ହେବ ଏବଂ ଜୁନ୍ ୨ରେ ନାମାଙ୍କନ ଯାଞ୍ଚ ଓ ୪ରେ ପ୍ରତ୍ୟାହାର ହେବ। ଜୁନ୍ ୨୩ ତାରିଖ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ। ୨୪ ତାରିଖରେ ଭୋଟ୍ ଗଣତି କରାଯିବ। ଏଥିପାଇଁ ଜୁନ୍ ୪ ରେ ଆଚରଣବିଧି ଲାଗୁ ହେବ। ଏ ନେଇ ୨୨ ତାରିଖରେ ନିର୍ଦ୍ଦିଷ୍ଟ ପଞ୍ଚାୟତ ଓ ୱାର୍ଡରେ ନୋଟିସ୍ ଜାରି କରାଯିବ। ତାପରେ ପଞ୍ଚାୟତ ଅଫିସରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।