ମଙ୍ଗଳବାର, ସେପ୍ଟେମ୍ବର 15, 2026 | Loading Time...
ମଙ୍ଗଳବାର, ସେପ୍ଟେମ୍ବର 15, 2026 | Loading Time...

ବିହାର: ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍‌ ଦିଆଯିବ ନାହିଁ

ପ୍ରକାଶିତ: August 10, 2025, 6:28 PM | ରାଜନୀତି
ବିହାର: ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍‌ ଦିଆଯିବ ନାହିଁ


ବିହାର ଭୋଟରଙ୍କୁ ଭୋଟର ତାଲିକାରୁ ବାଦ୍‌ ଦିଆଯିବା ନେଇ ଶନିବାର ସୁପ୍ରିମକୋର୍ଟରେ ନିର୍ବାଚନ କମିଶନ ଏକ ଆଫିଡେଭିଟ ଦାଖଲ କରିଛି। ଏଥିରେ ଅଗଷ୍ଟ ୧ରେ ପ୍ରକାଶିତ ଭୋଟର ତାଲିକାରୁ କାହାର ନାଁ ବାଦ୍‌ ଦେବା ପୂର୍ବରୁ ସେମାନଙ୍କୁ ନୋଟିସ୍‌ ଦିଆଯିବ ଏବଂ ସେମାନଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ମିଳିବ ବୋଲି ଏଥିରେ ଉଲ୍ଲେଖ ରହିଛି। 

ନିକଟରେ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ୍‌ (ଏଡିଆର) ୬୫ ଜଣ ଯୋଗ୍ୟ ଭୋଟରଙ୍କୁ ଭୁଲ ଭାବେ ବାଦ୍‌ ଦିଆଯାଇଥିବା ଅଭିଯୋଗ କରିଥିଲା। ଏହାର ଜବାବରେ ଅଗଷ୍ଟ ୬ରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନୋଟିସ୍‌ ଜାରି କରିଥିଲେ। ଏହି ମାମଲାର ଶୁଣାଣି ଅଗଷ୍ଟ ୧୩ରେ ହେବ।

ନିର୍ବାଚନ କମିଶନ କହିଛି, ଅଗଷ୍ଟ ୧ରେ ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରୁ କୌଣସି ଭୋଟରଙ୍କ ନାଁ ବାଦ୍‌ ଦେବା ପୂର୍ବରୁ ତିନୋଟି ପଦକ୍ଷେପ ନିଆଯିବ। ପ୍ରଥମେ, ସମ୍ପୃକ୍ତ ଭୋଟରଙ୍କୁ ନୋଟିସ୍‌ ଦିଆଯିବ। ନୋଟିସରେ ନାଁ ବାଦ୍‌ ଦେବାର କାରଣ ଉଲ୍ଲେଖ ହେବ। ଦ୍ୱିତୀୟତଃ, ଭୋଟରଙ୍କୁ ନିଜ ପକ୍ଷ ରଖିବା ଓ ଦସ୍ତାବିଜ ଦାଖଲ କରିବାର ସୁଯୋଗ ମିଳିବ। ତୃତୀୟତଃ, ଏକ ଯୁକ୍ତିଯୁକ୍ତ ଆଦେଶ ଜାରି ହେବ। ଏହା ସହ ଦୁଇ ସ୍ତରୀୟ ଅପିଲ ବ୍ୟବସ୍ଥା ମଧ୍ୟ ରହିଛି। ଏହା ଭୋଟରଙ୍କୁ ଅନ୍ୟାୟ ବିରୁଦ୍ଧରେ ଅପିଲ କରିବାର ସୁଯୋଗ ଦେବ।